ୟୁଜେଏ ଭଞ୍ଜନଗର ତରଫରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ।

0 464

ଭଞ୍ଜନଗର,୨୦/୦୬(ପିପିଟି): ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଜ୍ୟୋତି ଶଙ୍କର ରାୟ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି।ତେଣୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଶ୍ରୀ ରାୟଙ୍କୁ ମଙ୍ଗଳବାର ସୌଜନ୍ୟ ମୂଳକ ସାକ୍ଷାତ କରି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ ମିଳିମିଶି କାମ କରିବା ଏବଂ ପ୍ରଶାସନ ତରଫରୁ ସମସ୍ତ ସରକାରୀ କାର୍ଯ୍ୟ ସମ୍ପର୍କରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ସହ ଭଞ୍ଜନଗର ଉପଖଣ୍ଡରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ବାଇଁ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା, ସହ ସମ୍ପାଦକ ନିଲୁ ବିଷୋୟୀ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ, ପୁରୁଷୋତ୍ତମ ମହାପାତ୍ର, ଅମରେନ୍ଦ୍ର ପଟ୍ଟନାୟକ, ଗିରିସ ସାହୁ, ଅରକ୍ଷିତ ପରିଛା, ଗୋବିନ୍ଦ ଗୌଡ଼,ଉଦୟନାଥ ପଣ୍ଡା,ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.