ୟୁକ୍ରେନରେ କନ୍ଧମାଳର ଛାତ୍ର, ପରିବାର ଚିନ୍ତାରେ : ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ ।

0 378

କନ୍ଧମାଳ,୨୫/୦୨(ପିପିଟି): ଗତ ଦୁଇ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ବୋମା ମାଡ ରେ ୟୁକ୍ରେନ ର ସେନା ଘାଟି, ସାମରିକ ସ୍ଥଳ ଆଦି ଧ୍ବଂସ ହେଵା ସହ ଶତାଧିକ ଲୋକ ପ୍ରାଣ ହରାଇଲେଣି । ଏପଟେ ଉଚ୍ଚ ଶିକ୍ଷl ପାଇଁ ଓ ଚାକିରୀ କରୁଥିବା ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫଶି ରହିଛନ୍ତି । ଏପରି ସ୍ଥଳେ କନ୍ଧମାଳ ଜିଲା ଫୁଲବାଣୀ ସହର ର ବ୍ରାହ୍ମଣ ସାହି ରେ ରହୁଥିବା କୁମୁଦ ଚନ୍ଦ୍ର ମଲ୍ଲିକ ଓ ଦ୍ରୌପଦି କହଁରଙ୍କ ପୁଅ ଜଗଦୀପ୍ ମଲ୍ଲିକ ଜଣେ ଡାକ୍ତରୀ ପଢ଼ୁଆ ଛାତ୍ର । ୟୁକ୍ରେନର ସହର ଡିମ୍ପପ୍ରୋ ରେ ଫସି ରହିଛନ୍ତି । ଜଗଦୀପ୍ ମଲ୍ଲିକ ଡିମ୍ପପ୍ରୋ ପେଟ୍ରୋ ଭୋକ୍ସ ଷ୍ଟେଟ ମେଡିକାଲ କଲେଜ ର ଚତୁର୍ଥ ବର୍ଷ ଅଧୟନ କରୁଛନ୍ତି । ଗତ କାଲିଠାରୁ ବୋମା ବର୍ଷଣର ଶବ୍ଦ ଶୁଭୁଥିବାରୁ ଭୟ ଓ ଆଶଙ୍କାରେ ରହିଛନ୍ତିସେ । ଏପଟେ ବାପା ମାଙ୍କ ଗୋଟିଏ ପୁଅ ଜଗଦୀପ । ପରିବାରର ଚିନ୍ତା କିପରି ସୁରକ୍ଷିତ ଭବରେ ପୁଅ ପହଁଞ୍ଚିବ । ଜଗଦୀପ୍ ଚାରି ବର୍ଷ ହେଲା ସେଠାରେ ରହି ଡାକ୍ତରୀପାଠ ପଢୁଛନ୍ତି । ତେବେ ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗ ମାନଙ୍କ ସହ କିଛି ଦିନର ସୌଦା କିଣି ଆଣିଛନ୍ତି । ତେବେ ପୁଅ ଭଲରେ ଅଛି ବୋଲି ପୁଅ ଜଗଦୀପ ବାପା ମା ଙ୍କୁ ଭିଡିଓ କଲ୍ ଯୋଗେ କହିଛନ୍ତି । ଜଗଦୀପ୍ ଓ ସାଙ୍ଗ ମାନଙ୍କ ଭିତରେ ଏକ ଭୟର ବାତାବରଣ ଖେଳି ଯାଇଛି ବୋଲି ବାପା କହିଛନ୍ତି । ସୁରକ୍ଷିତ ଭାବେ ଜଗଦୀପ୍ ସହ ସମସ୍ତ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଜଗଦୀପ୍ ଙ୍କ ବାପା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, କୁମୁଦ ଚନ୍ଦ୍ର ମଲ୍ଲିକ ଓ ମା କ.ନୂଆଗାଁ ସି.ଡି.ପି.ଓ ଦ୍ରୌପଦୀ କହଁର ନିବେଦନ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.