ଉଲୁଣ୍ଡା,୩୦/୦୪(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ରେ ଏବେ ତାପମାତ୍ରା ଆଶାତୀତ ଭାବେ ବଢି ଚାଲିଥିବାବେଳେ ଗତ କିଛି ଦିନ ହେଲା ଜିଲ୍ଲାର ଉଲୁଣ୍ଡା ବ୍ଲକରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ଦେଖିବାକୁ ମିଳିଛି ।ସକାଳ ୧୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଗରମ ବେଶ ଅନୁଭୂତ ହେଉଥିଲେ ମଧ୍ୟ ଉଲୁଣ୍ଡା ବ୍ଲକର ପଞ୍ଚାୟତ ତରଫରୁ ବିଭିନ୍ନ ଗ୍ରାମରେ ଜଳଛତ୍ର ଏ ପର୍ଯ୍ୟନ୍ତ ଖୋଲାଯାଇନାହିଁ । ଫଳରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )