ହିତାଧୀକାରୀ ଯୋଜନାରୁ ବଞ୍ଚିତ,ଦିଗପହଣ୍ଡି ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ।

0 557

ଦିଗପହଣ୍ଡି,୩୦/୦୯(ପିପିଟି); ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ସରକାରୀ ଯୋଜନା ହିତାଧିକାରୀ ଚୟନରେ ପକ୍ଷ ପାତିତା ଅଭିଯୋଗ। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ବାର୍ଦ୍ଧକ୍ୟ , ଭିନ୍ନକ୍ଷମ ଭତ୍ତା। ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନା,ପାଇଖାନା ନିର୍ମାଣ, ମୋ ଗୁହାଳ ହିତାଧିକାରୀ ଚୟନ ରେ ଦଳୀୟ ବାଛବିଚାର ଅଭିଯୋଗ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ଳକ ପ୍ରଶାସନ ନିଦାବିଷ୍ଣୁ।ଅଭିଯୋଗ ପ୍ରତି ସରପଞ୍ଚ ସଂଯୁକ୍ତା ଚଣ୍ଡ କରୁନାହାନ୍ତି କର୍ଣ୍ଣପାତ। ସମାଜସେବୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ବୃଦ୍ଧା ବୃଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ। ବିଡ଼ିଓ ହଳଧର ଶବରଙ୍କ ଅନୁପସ୍ଥିତି ରେ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ତ୍ରିନାଥ ଶବରଙ୍କ ଜରିଆରେ।ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର। ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦେଇଥିଲେ ଚେତାବନୀ। ଖୁବ୍ ଶୀଘ୍ର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି । (ରିପୋର୍ଟ – ସାଇଦୀପ୍ ପୂଜାରୀ ।)

Leave A Reply

Your email address will not be published.