ହିତାଧିକାରୀଙ୍କ ଗୋଶାଳାକୁ ନେଇ ମନରେଗା କର୍ମଚାରୀଙ୍କ ଚକ୍ରାନ୍ତ, ଉଦ୍ଦେଶ୍ୟ ମୂଳକ ଭାବେ ଅନ୍ୟ ହିତାଧିକାରୀଙ୍କୁ ଅନୁକମ୍ପା ।

0 248

ମାଲକାନଗିରି,୧୮/୦୫(ପିପିଟି):
ଜଣେ ହିତାଧିକାରୀଙ୍କ ଗୋଶାଳାକୁ ନେଇ ମନରେଗା କର୍ମଚାରୀଙ୍କ କୁଚକ୍ରାନ୍ତ ରଚନା କରା ଯାଇଥିବା ବେଳେ ଉଦ୍ଦେଶ୍ୟମଳକ ଭାବେ ଅନ୍ୟ ଜଣେ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ସ୍ଥିତ ପାଲକୋଣ୍ଡା ଗ୍ରାମରେ ।ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ୱେବସାଇଟ୍ ର ତଥ୍ୟ ଅନୁଯାୟୀ ଏହି ଗ୍ରାମର ଜଗା ମାଡକାମି ପିତା ଭୀମା ମାଡକାମି ନିଜ ଗୋଶାଳା ନିର୍ମାଣ ନିମନ୍ତେ ବିଲ୍ ନଂ. ୨୧/୦୭.୧୦.୨୦୨୧ ପ୍ରକାରେ ୮୩୦୩୧ ଟଙ୍କାର ଅନୁଦାନ ପାଇଥିବା ଉଲ୍ଲେଖ ରହିଛି । ତେବେ ଏହି ଗୋଶାଳା ବାବଦରେ ସେ କୌଣସି ଟଙ୍କା ପାଇ ନଥିବା ବେଳେ ତାଙ୍କ ଘରେ କୌଣସି ଗୋଶାଳା ନିର୍ମାଣ ହୋଇ ପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତିା ହିତାଧିକାରୀଙ୍କ କହିବା ଅନୁସାରେ ଏହି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ହରିବର ମଣ୍ଡଳ ତାଙ୍କୁ ଗୋଶାଳା ନିର୍ମାଣ ନିମନ୍ତେ ସୂଚନା ଦେଇଥିଲ । ଏ ବାବଦ ସେ କିଛି ନିର୍ମାଣ ସାମଗ୍ରୀ ମଧ୍ୟ ଆଣି ଗଛିତ ରଖିଥିଲ । ତେବେ କିଛିଦିନ ପରେ ସେ ପୁନର୍ବାର ଆସି ଗୋଶାଳା ନିମନ୍ତେ ସରକାରଙ୍କ କୌଣସି ଟଙ୍କା ଆସିନାହିଁ ବୋଲି କହି ବାରଣ କରିଥିଲେ । ଫଳରେ ତାଙ୍କର ଆଉ ଗୋଶାଳା ନିର୍ମାଣ ହୋଇ ପାରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟ ଦିଗରେ ସେ କୌଣସି ପ୍ରକାରରେ ମନରେଗା ଯୋଜନାର ୱେବସାଇଟରୁ ସମସ୍ତ ତଥ୍ୟ ଜାଣିବା ପରେ ଏହି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜିଙ୍କୁ ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସୁଫଳ ମିଳି ନଥିବାରୁ ସେ ଗଣମାଧ୍ୟମ ନିକଟରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ତେବେ ମନରେଗା କର୍ମଚାରୀ ଗ୍ରାମ ରୋଜଗାର ସେବକ ହରିବର ମଣ୍ଡଳଙ୍କୁ ପଚାରିବାରୁ ଏହି ଗୋଶାଳା ଶିଖପାଲ୍ଲୀ ଠାରେ ନିର୍ମାଣ ହୋଇଛି । ତେବେ ତାଙ୍କର ସଠିକ୍ ପରିଚୟ ମୁଁ ବର୍ତ୍ତମାନ ଜାଣିନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଏହି ପଂଚାୟତର ଏମ୍‌.ଭି-୧୯ ଗ୍ରାମରେ ସମୀର ଦାସ ନାମକ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଗୋଶାଳା ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲ । ସମ୍ପୃକ୍ତ ହିତାଧିକାରୀ ଗୋଶାଳା କାର୍ଯ୍ୟ ଆରମ୍ଭ କରିବା ପରେ ତୁମ ନାମରେ କୌଣସି ଗୋଶାଳା ନାହିଁ ବୋଲି ସେ ବାରଣ କରିଥିଲେ । ସମ୍ପୃକ୍ତ ହିତାଧିକାରୀଙ୍କ କହିବା ଅନୁସାରେ ତାଙ୍କ ଘରକୁ ଗ୍ରାମ ରୋଜଗାର ସେବକ ଶ୍ରୀ ମଣ୍ଡଳ ପହଞ୍ଚି ଜିଓଟାଗ୍ କରିବା ସହ ଗୋଶାଳା ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲେ । ଯଦ୍ୱାରା ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲ । ପୁନର୍ବାର ତାଙ୍କୁ କାହିଁକି ବାରଣ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ହିତାଧିକାରୀଙ୍କ ଅଭିଯୋଗକୁ ଭିତ୍ତିକରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜିଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଉଭୟ ହିତାଧିକାରୀ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଗ୍ରାମ ରୋଜଗାର ସେବକ ହରିବର ମଣ୍ଡଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚବ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.