ହିଞ୍ଜିଳି ବ୍ଳକ ସାରୁ ପଞ୍ଚାୟତରେ ପାନୀୟଜଳର ଅବ୍ଯବ୍ଯସ୍ଥା ।

0 2,289

ବ୍ରହ୍ମପୁର/ହିଞ୍ଜିଳିକାଟୁ-୧୯/୧୨(ପିପିଟି); ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗର ଦୁର୍ନୀତି ଦିନକୁଦିନ ପଦାକୁ ଆସିବାରେ ଲାଗିଛି । ଏହି ବ୍ଳକ ଅନ୍ତର୍ଗତ ସାରୁ ପଞ୍ଚାୟତରେ ଦୁଇଟି ପାନୀୟ ପ୍ରକଳ୍ପ ତଥା ଶଶ୍ମାନ ନିକଟସ୍ଥ ପାନୀୟଜଳ ଟାଙ୍କି ବହୁବର୍ଷ ଧରି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହେଁ ଏବଂ ପଞ୍ଚାୟତ ନିକଟସ୍ଥ ପାନୀୟ ଟାଙ୍କି ପ୍ରକଳ୍ପ ଦିନକୁ ପ୍ରାୟ ୩୦ ମିନିଟ ଜଳ ଯୋଗାଣ ହେଉଥିବା ଶୁଣିଵାକୁ ମିଳିଛି । ପାନୀୟ ଜଳ ଯୋଗାଣ ନିମନ୍ତେ ବିଛା ଯାଇଥିବା ପାଇପ ନିମ୍ନମାନର ହେତୁ ଏବଂ ବିଛାଯାଇଥିବା ସମୟରେ ଉପଯୁକ୍ତ ରୋଡ଼ ଖୋଦେଇ ନକରି ଉପରିଭାଗେ ବିଛା ଯାଇଥିବାରୁ ଯାନବାହନ ଯାଇ ପାଇପ ଫାଟି ଯାଇଥିବା ଦେଖିବା ମିଳିଛି । ନିମ୍ନ ପ୍ରେସର ଓ ନିମ୍ନମାନର ପାଇପହେତୁ ଜନସାଧାରଣଙ୍କ ଗୃହକୁ ପାନୀୟ ଜଳଯୋଗାଣର ଅସୁବିଧା ହେଉଛି । ରକ୍ଷଣାବେକ୍ଷଣ ନାମରେ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଜନସାଧାରଣଙ୍କୁ ପାନୀୟଜଳ ମିଳିବାରେ ଘୋର ଅସୁବିଧା ହେଉଛି । ପାନୀୟଜଳ ଯୋଗାଣ ନାମରେ ବହୁ ଲକ୍ଷ ଟଙ୍କା ବିନିମୟରେ ପ୍ରକଳ୍ପ ନିର୍ମାଣ ହେଉଥିଲେ ମଧ୍ୟ ପ୍ରବଳ ପିସି କାରବାର ନିମ୍ନମାନର କାର୍ଯ୍ୟ ଯୋଗୁଁ ପ୍ରକଳ୍ପର ସ୍ଥାୟିତ୍ବ ଏବଂ ଜନତାଙ୍କୁ ପାନୀୟ ଜଳଯୋଗାଣ ଉତ୍ତମ ରୂପେ ହୋଇପାରିବ କି ନାହିଁ ସ୍ଥାନୀୟ ଜନସାଧାରଣ ମନରେ ପ୍ରଶ୍ନ ଉଠିବା ସହ ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

(ଫଟୋ – ସାନ୍ତନୁ କୁମାର ବେହେରା।)

Leave A Reply

Your email address will not be published.