ବ୍ରହ୍ମପୁର,୦୪/୦୪(ପିପିଟି):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଓ ପୌରପରିଷଦ ସ୍ୱଚ୍ଛତାରେ ଅଗ୍ରଣୀ ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶକ୍ରମେ ହିଞ୍ଜିଳି ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ହିଞ୍ଜିଳି ବ୍ଲକର ସମସ୍ତ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ୦୭ ଘଣ୍ଟା ସମୟରେ ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀ ଜେନା ,ଗ୍ରାମ୍ୟ ଜଳ ଓ ପରିମଳ ମିଶନ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ହିଞ୍ଜିଳି ବ୍ଲକର ବଡ଼ଖଣ୍ଡି ପଞ୍ଚାୟତ ଠାରେ ପହଞ୍ଚି ଗ୍ରାମର ସ୍ୱଚ୍ଛତା ଗ୍ରାହୀ ଏସ୍. ଲାଛେୟା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାହୁ, ସମିତି ସଭ୍ୟା କାପଲ ନର୍ମଦା. ସରପଞ୍ଚ ଝୁନୁ ନାଇକ, ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମବାସୀ ଏକତ୍ରିତ ହୋଇ ବଡ଼ଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମର୍ଝୋଳ କାଳୀ ମଦିର ବନ୍ଧଠାରେ ପହଞ୍ଚି ପୋଖରୀ ଚାରିପାର୍ଶ୍ୱରେ ଥିବା ଅଳିଆ, ଆବର୍ଜନା ଓ ପୋଖରୀ ଭିତରେ ପଡିଥିବା ଆବର୍ଜନା କୁ ବାହାର କରିବା ସହ ରାସ୍ତାଘାଟ ସଫା କରିଥିଲେ । ସେହିପରି ଅନ୍ୟାନ୍ୟ ପଞ୍ଚାୟତ ରେ ଏହିଭଳି କାର୍ଯ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି । ହିଞ୍ଜିଳି ବ୍ଲକକୁ ଜଳ ଓ ପରିମଳ ଦିଗରେ ଅଗ୍ରଣୀ କରିବା ଏହି ଦିବସର ଲକ୍ଷ୍ୟ । ପ୍ରତେକ ପଞ୍ଚାୟତରେ ନିଯୁକ୍ତ ସ୍ୱଚ୍ଛତା ଗ୍ରାହୀ ଏହାର ତଦାରଖ କରିବେ । ଜନସାଧାରଣଙ୍କୁ ଜଳ ଓ ପରିମଳତା ଉପରେ ବୁଝାଇବା ସହ ପରିଷ୍କାର ଜଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓ ପରିବେଶ ପାଇଁ ନିହାତି ଜରୁରୀ ହେତୁ ଏଥିପ୍ରତି ଦୃଢ଼ତାର ସହ ଦୃଷ୍ଟି ଦେବାପାଇଁ ହିଞ୍ଜିଳି ଗୋଷ୍ଠିଉନ୍ନୟନ ଅଧିକାରୀ ନିଜ ବକ୍ତବ୍ୟରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ମାନଙ୍କର,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସହକର୍ମଚାରୀ, ସରପଞ୍ଚ,ସମିତିସଭ୍ୟ/ସଭ୍ୟା ଉପସ୍ଥିତ ରହିବାସହ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ। )
Prev Post