ହିଞ୍ଜିଳିକାଟୁ,୨୩/୧୨(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତି ଅନୁଯାୟୀ ଗରିବ ଏବଂ କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ ଥିବା ଲୋକମାନଙ୍କ ନିମନ୍ତେ ଆଜି ସ୍ଥାନୀୟ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତରେ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥି ନିମନ୍ତେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ଓ ପଞ୍ଚାୟତର ଖାଉଟି ଯୋଗାଣ କେନ୍ଦ୍ରରେ ପର୍ଯ୍ୟାୟ କ୍ରମେ ୱାର୍ଡ ଅନୁଯାୟୀ ଜନସାଧାରଣଙ୍କୁ ସହଯୋଗ ସହାୟତା ରାଶି ବିତରଣ କରଯାଇଥିଲା । ଅଞ୍ଚଳର ହିତାଧିକାରୀ ମାନେ ଏହି ଆର୍ଥିକ ସହାୟତା ରାଶି ପାଇ ଉତ୍ସାହିତ ହୋଇଥିଲେ । ଏହି ଅବସରସରେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ଓ ୱାର୍ଡ ମେମ୍ବର ମନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ୱାବଧାନରେ ସୁରୁଖୁରୁ ରେ ସମାପନ କରିଥିଲେ । ଅଞ୍ଚଳର ଜନସାଧାରଣ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା ।)
Next Post