ହିଞ୍ଜିଳି ପୌରପରିଷଦ ୨୧ ନଂ ୱାର୍ଡ ପୋଖରୀ ସୌନ୍ଦର୍ଯ୍ୟକରଣରେ ନିମ୍ନମାନର କାର୍ଯ୍ଯ ଅଭିଯୋଗ ।

0 110

ବ୍ରହ୍ମପୁର, ୧୯/୦୭(ପିପିଟି); ହିଞ୍ଜିଳି ପୌରାଚଂଳ ଅନ୍ତର୍ଗତ ୨୧ ନଂ ୱାର୍ଡ ଆଙ୍କୋରଡା ସ୍ଥିତ ଯୋଗୀବନ୍ଧ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ନେଇ ହିଞ୍ଜିଳି ପୌରାଞ୍ଚଳ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୁଚନା ପ୍ରକାରେ ଗତ ୩ବର୍ଷ ଧରି ହିଞ୍ଜିଳି ପୌରାଞ୍ଚଳ ଅନ୍ତର୍ଗତ ୨୧ନଂ ଓ୍ବାର୍ଡ ସ୍ଥିତ ଯୋଗିବନ୍ଧ ପୋଖରୀରେ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ ପାଇଁ କାର୍ଯ୍ୟ ଚାଲିଛି । ଉକ୍ତ କାର୍ଯ୍ୟ ଅତି ନିମ୍ମମାନର କାର୍ଯ୍ୟ ହେଉଥିବା ବେଳେ ୱାର୍ଡ ବାସୀ ଉପଯୁକ୍ତ ମାନର କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ଅନୁରୋଧ କରିଥିଲେ ।ଅପରପକ୍ଷରେ ଠିକାଦାର କିଛି ବ୍ୟକ୍ତି ବିଶେଷଙ୍କ ସହ ମିଳିତ ହୋଇ ଗାଳିଗୁଲଜ କରିବା ସହ କଥାକୁ ଚାପିଦେବା ପାଇଁ ଧମକ ଚମକ ଦେଉଥିବା ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି। ଏହି ନିମ୍ନମାନର କାର୍ଯ୍ୟ ପାଇଁ ୱାର୍ଡ ବସି ଠିକାଦାର ମଧ୍ୟରେ ବିଷୟଟି ଅତ୍ୟନ୍ତ ତିକ୍ତତା ହେବାକୁ ଲାଗିଥିଲା । ଏହି କାରଣରୁ ସଂପୃକ୍ତ ଓ୍ବାର୍ଡ ର ବାସିନ୍ଦା ବାଧ୍ୟ ହୋଇ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଭେଟିବା ସହ ସଂପୃକ୍ତ ଠିକାଦାରଙ୍କ ଉପରେ ଅସନ୍ତୋଷ ବ୍ଯକ୍ତ କରିବା ସହ ନିର୍ମାଣ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଠିକାଦାରଙ୍କ ଉପରେ ତୁରନ୍ତ କାର୍ଯାନୁଷ୍ଠାନ ଓ ଉପଯୁକ୍ତ ମାନର କାର୍ଯ୍ୟ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ କରିଥିବା ଦାବି ଉପଯୁକ୍ତ ମାନ୍ୟତା ସହ କାର୍ଯ୍ଯକାରୀ ନ କରାଗଲେ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆନ୍ଦୋଳନ ସହ ଦାବି କରାଯିବା ବୋଲି ୨୧ନଂ ଓ୍ବାର୍ଡ ବାସିନ୍ଦାଙ୍କ ତରଫରୁ କୁହାଯାଇଛି ।

Leave A Reply

Your email address will not be published.