ହିଞ୍ଜିଳିକାଟୁ,୨୪/୦୩(ପିପିଟି): ବହୁଦିନର ଛକାପଞ୍ଜା ପରେ ହିଞ୍ଜିଳି ପୌର ନିର୍ବାଚନ ୨୧ଗୋଟି ୱାର୍ଡ଼ରେ ଅଧ୍ୟକ୍ଷ ଭୋଟ୍ ପାଇଁ ଏବଂ ୧୪ ଗୋଟିୱାର୍ଡ଼ରେ କାଉନସିଲର ପାଇଁ ମତଦାନ ଶେଷ ହୋଇଯାଇଛି। ଏହି ମତଦାନ ସକାଳ ୮ ଘଣ୍ଟା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ପୌରପରିଷଦ ନିର୍ବାଚନ ହିଞ୍ଜିଳି ପୌର ପରିଷଦରେ ମତଦାତାଙ୍କ ମତାମତ୍ତ ସମୟ ଶେଷସୁଦ୍ଧା ୬୪.୩୮ପ୍ରତିଶତ ଥିବା ସୂଚନା ମିଳିଛି । ମୋଟାମୋଟି ଭାବେ ପୌରପରିଷଦ ନିର୍ବାଚନ ମତାମତ ଆଜି ଦିନର ପ୍ରାଥମିକ ସମୟର ହିଁ ନୈରାଶ୍ୟଜନକ ଥିବା ଆଞ୍ଚଳିକ ବୁଦ୍ଧିଜୀବୀଙ୍କ ଠାରୁ ପ୍ରକାଶ । ଆଜିର ଏହି ପୌରନିର୍ବାଚନ ରେ ପୁରୁଷ ଭୋଟର ୧୦ହଜାର ୮୦୮ ଥିବାବେଳେ ୭ ହଜାର୬୬ ଜଣ ଭୋଟର ଭୋଟ୍ ପ୍ରଦାନ କରିଛନ୍ତି, ଯାହା ୬୫.୩୮ପ୍ରତିଶତ ମତାମତ୍ ସାବ୍ୟସ୍ତ କରିଛନ୍ତି । ସେହିପରି ମହିଳା ଭୋଟର ୯୮୮୭ ଭୋଟଙ୍କ ମଧ୍ୟରୁ ୬୨୫୮ ଭୋଟର ମତାମତ୍ତ ପ୍ରକାଶ କରିଛନ୍ତି , ଯାହା ମହିଳା ଭୋଟରଙ୍କ ଭୋଟଦାନ ୬୩.୩୦ ପ୍ରତିଶତ ଭୋଟଅଟେ। ଏହିପରି ଭାବରେ ସମୁଦାୟ ଭୋଟର ସଂଖ୍ୟା (ପୁରୁଷ ଓ ମହିଳା)୨୦୬୯୬ ଥିବାବେଳେ ୧୩୩୨୪ ଜଣ ଭୋଟର ନିଜସ୍ୱ ମତାମତ ସାବ୍ୟସ୍ତ କରିଛନ୍ତି। ସାମୁହିକ ଭାବେ ହିଞ୍ଜିଳି ପୌରପରିଷଦରେ ୬୪.୩୮ ପ୍ରତିଶତ ଭୋଟ ମତାମତ ପ୍ରକାଶ ପାଇଥିବା ହିଞ୍ଜିଳି ପୌରପରିଷଦ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ଙ୍କ ଠାରୁ ପ୍ରକାଶ। ହିଞ୍ଜିଳି ପୌରପରିଷଦ ନିର୍ବାଚନରେ ୦୧,୦୩ ଏବଂ ୦୪ ୱାର୍ଡ଼ ପିଙ୍କବୁଥ ଭାବେ ମହିଳା ପୋଲିଂ ପାର୍ଟି ଦ୍ୱାରା ପରିଚାଳିତ ହୋଇଥିଲା । ସେହିପରି ୱାର୍ଡ଼ ନଂ ୧୪,୧୯ଏବଂ ୨୧ ଏହି ତିନୋଟି ୱାର୍ଡ଼ ଆଦର୍ଶ ମତଦାନ କେନ୍ଦ୍ର ଭାବେ ପରିଚାଳିତ ହୋଇଥିଲା। ମୋଟାମୋଟି ଭାବେ ହିଞ୍ଜିଳି ପୋଲିସ ଦ୍ୱାରା ଆଇନ ଶୃଙ୍ଖଳା ଉପଯୁକ୍ତ ଭାବେ ପରିଚାଳିତ ହୋଇଥିବାରୁ ହିଞ୍ଜିଳି ପୌରପରିଷଦ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ପରିଚାଳିତ ହୋଇଥିଲା ।