ହିଞ୍ଜିଳି ପୌରପରିଷଦ ଉପାଧକ୍ଷା ହେଲେ ସୁଚିତ୍ରା ।

0 257

ବ୍ରହ୍ମପୁର,୦୭/୦୪(ପିପିଟି): ହିଞ୍ଜିଳିକାଟୁ ପୌରପରିଷଦ ଉପାଧକ୍ଷା ଭାବେ ବିଜଦର ସୁଚିତ୍ରା ପଣ୍ଡା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ହିଞ୍ଜିଳି ପୌରପରିଷଦରେ ୨୧ ଗୋଟି ୱାର୍ଡ଼ ମଧ୍ୟରୁ ବିଜେଡ଼ି ୧୫ଟି ଆସନ ,ସ୍ୱାଧୀନ ୦୪ଟି ଆସନ ଭାଜପା ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇ ପରିଷଦକୁ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଜଦ ଦଳ ତରଫରୁ ଘୋଷିତ ପ୍ରାର୍ଥୀନୀ ସୁଚିତ୍ରା ପଣ୍ଡା ଉପାଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ପ୍ରକ୍ରିୟା ଅନୁସାରେ ସମୟ ଶେଷ ସୁଦ୍ଧା ସୁଚିତ୍ରା ଏକମାତ୍ର ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଏବଂ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ହେତୁ, ସମୟସୀମା ଶେଷରେ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ସୁଚିତ୍ରା ପଣ୍ଡାଙ୍କୁ ବିଧିବଦ୍ଧ ଭାବେ ଉପାଧକ୍ଷା ଭାବେ ଘୋଷଣା କରିଥିଲେ ।

Leave A Reply

Your email address will not be published.