ହିଞ୍ଜିଳି ପୌରପରିଷଦ ଅଧ୍ୟକ୍ଷ ପାଇଁ ୮ ଜଣ ଏବଂ ୱାର୍ଡ଼ ମେମ୍ବର ପାଇଁ ୫୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ।

0 331

ବ୍ରହ୍ମପୁର,୦୭/୦୩(ପିପିଟି): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ହିଞ୍ଜିଳି ପୌରପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ଆଜି ହେଉଛି ଶେଷ ଦିବସ । ୨୧ ଗୋଟି ୱାର୍ଡ଼ ବିଶିଷ୍ଟ ହିଞ୍ଜିଳି ପୌର ପରିଷଦରେ ଅଧ୍ୟକ୍ଷ ଓ ୱାର୍ଡ଼ ମେମ୍ବରକୁ ମିଶାଇ ସର୍ବମୋଟ ୬୫ ଜଣ ନିର୍ବାଚନ ରଣାଙ୍ଗନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଭିନ୍ନ ଦଳ ତରଫରୁ ଜାକ ଜମାକର ସହ ସମାରୋହ କରି ନାମାଙ୍କନ ପତ୍ର ଦାଖଲ ପାଇଁ ପୋୖର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହିଞ୍ଜିଳି ପୌର ପରିଷଦ ଅବସ୍ଥାପିତ ୨୧ ୱାର୍ଡ଼ ମଧ୍ୟରୁ ୦୧ ନଂ ୱାର୍ଡ଼ ପାଇଁ ବିଜେଡ଼ି,ବିଜେପି,କଂଗ୍ରେସ ସହ ୦୨ ଜଣ ସ୍ଵାଧୀନ ପ୍ରାର୍ଥୀ କୁ ମିଶାଇ ସମୁଦାୟ ୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୦୨ ନଂ ୱାର୍ଡରୁ ବିଜେଡ଼ି, ବିଜେପି,କଂଗ୍ରେସ ସମୁଦାୟ ୦୩ ଜଣ, ୱାର୍ଡ ନଂ ୦୩ରୁ ବିଜେଡ଼ି ଓ କଂଗ୍ରେସକୁ ମିଶାଇ ୦୨ ଜଣ ପ୍ରାର୍ଥୀ ଦେଇଥିବା ବେଳେ, ୱାର୍ଡ଼ ନଂ ୦୪ ପାଇଁ ବିଜେଡ଼ି, କଂଗ୍ରସ ଏବଂ ସ୍ୱାଧୀନ ୦୨ ଜଣକୁ ମିଶାଇ ୦୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୦୫ ନଂ ୱାର୍ଡ଼ ପାଇଁ ବିଜେଡ଼ି, କଂଗ୍ରେସ ଓ ଜଣେ ସ୍ୱାଧୀନକୁ ମିଶାଇ ୦୩ ଜଣ ପ୍ରାର୍ଥୀ,୦୬ନଂ ୱାର୍ଡ଼ ନିମନ୍ତେ ବିଜେଡ଼ି,ବିଜେପି,କଂଗ୍ରେସ ସମୁଦାୟ ୦୩ ଜଣ ,୦୭ ଓ ୦୮ ନଂ ୱାର୍ଡ଼ ପାଇଁ ବିଜେଡ଼ି ଦଳ ତରଫରୁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାସହ ଏହି ଦୁଇ ୱାର୍ଡ଼ ଅପ୍ରତିଦ୍ବନ୍ଦି ଥିବା ସୂଚନା ମିଳିଛି । ୦୯ ନଂ ୱାର୍ଡ଼ ପାଇଁ ବିଜେଡ଼ି, କଂଗ୍ରେସ ଦଳ ତରଫରୁ ସମୁଦାୟ ୦୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୦ ନଂ ୱାର୍ଡ଼ ପାଇଁ ବିଜେଡ଼ି,ବିଜେପି ୦୨ ଜଣ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ସେହିପରି ୧୧ ନଂ ୱାର୍ଡ଼ ପାଇଁ ବିଜେଡ଼ି,ବିଜେପି ଓ ସ୍ୱାଧୀନ ଦୁଇଜଣଙ୍କୁ ମିଶାଇ ୦୪ ଜଣ ,୧୨ ନଂ ୱାର୍ଡ଼ ପାଇଁ ବିଜେଡ଼ି, ବିଜେପି ସମୁଦାୟ ୦୨ ଜଣ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ୧୩ ନଂ ୱାର୍ଡ଼ରେ ବିଜେଡ଼ି ଓ ଜଣେ ସ୍ୱାଧୀନ ପ୍ରାର୍ଥୀକୁ ମିଶାଇ ୦୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୪ ନଂ ୱାର୍ଡ଼ ନିମନ୍ତେ ବିଜେଡ଼ି ରୁ ଜଣେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଣେ ସମୁଦାୟ ୦୨ ଜଣ ଛିଡ଼ା ହୋଇଥିବା ବେଳେ, ୧୫ ନଂ ୱାର୍ଡ଼ ରେ ବିଜେଡ଼ି,ବିଜେପି ଓ ୩ ଜଣ ସ୍ୱାଧୀନ ପ୍ରାର୍ଥୀକୁ ମିଶାଇ ସମୁଦାୟ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୬ ନଂ ୱାର୍ଡ଼ ପାଇଁ ବିଜେଡ଼ି, ବିଜେପି ସମୁଦାୟ ୦୨ ଜଣ ,୧୭ ନଂ ୱାର୍ଡ଼ ପାଇଁ ବିଜେଡ଼ିରୁ ଜଣେ ଏବଂ ସ୍ୱାଧୀନରୁ ଜଣେ ମିଶାଇ ୦୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୮ ନଂ ୱାର୍ଡ଼ ରୁ ବିଜେଡ଼ି ଏବଂ ସ୍ୱାଧୀନ ରୁ ଦୁଇଜଣ ସମୁଦାୟ ୦୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ନଂ ୱାର୍ଡ଼ ବିଜେଡ଼ି ରୁ ଜଣେ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ବନ୍ଦି ଥିବା ସୂଚନା ମିଳିଛି। ୨୦ ନଂ ୱାର୍ଡ଼ ରୁ ବିଜେଡ଼ି ଏବଂ ଦୁଇଜଣ ସ୍ୱାଧୀନକୁ ମିଶାଇ ୦୩ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୨୧ ନଂ ୱାର୍ଡ଼ ନିମନ୍ତେ ବିଜେଡ଼ି, ବିଜେପି ଓ ସ୍ୱାଧୀନକୁ ମିଶାଇ ୦୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହିପରି ଭାବେ ସମୁଦାୟ ୨୧ ଗୋଟି ୱାର୍ଡ଼ ରେ ବିଜେଡ଼ି ୨୧ ଜଣ ପ୍ରାର୍ଥୀଙ୍କୁ ଠିଆ କରାଇଥିବା ବେଳେ ବିଜେପି ୯ ଜଣ ,କଂଗ୍ରେସ ୭ ଜଣ ଓ ୨୦ ଜଣ ସ୍ୱାଧୀନ ପ୍ରାର୍ଥୀକୁ ମିଶାଇ ସର୍ବମୋଟ ୫୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟ ପକ୍ଷରେ ଅଧ୍ୟକ୍ଷ ପଦ ନିମନ୍ତେ ବିଜେଡ଼ି, ବିଜେପି, କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଦେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ୦୫ ଜଣଙ୍କ ନାମାଙ୍କନପତ୍ର ଦାଖଲ ହୋଇଥିବା ସହ ସମୁଦାୟ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦ ଓ ୱାର୍ଡ଼ ମେମ୍ବର ପଦବୀକୁ ମିଶାଇ ୨୧ ଗୋଟି ୱାର୍ଡ଼ସହ ବିଜେଡ଼ି ୨୨ ଗୋଟି ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୦ ଜଣ ଓ କଂଗ୍ରେସ ୮ ଜଣ ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ୨୫ ଜଣଙ୍କୁ ମିଶାଇ ସମୁଦାୟ ୬୫ ଜଣ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.