ହିଞ୍ଜିଳିକାଟୁ,୦୧/୦୮(ପିପିଟି); ହିଞ୍ଜିଳି ପୋଲିସ ତରଫରୁ କଞ୍ଚୁଡୁ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉ ରେ ସାର ଖେଳ ରେ ସମ୍ପୃକ୍ତ ୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଖେଳ ଚାଲିଥିବା ସ୍ଥଳ ରୁ ନଗଦ ୯,୭୨୦ ଟଙ୍କା ଜବତ କରାଯାଇଛି । ହିଞ୍ଜିଳି ଥାନା କେଶ ନଂ ୪୦୦/୨୧ ପ୍ରକାରେ ମାମଲା ରୁଜୁ ସହ କଞ୍ଚୁଡୁ ଅଞ୍ଚଳର ରାମକୃଷ୍ଣ ବେହେରା, ଟୁନା ପଣ୍ଡା ,ସାରୁ ଗ୍ରାମର ଶଶାଙ୍କ ଦାସ, ପୁନରଖଣ୍ଡି ଗ୍ରାମର ପଦ୍ମ ଚରଣ ଗୌଡ଼, ପ୍ରମୋଦ କୁମାର ଗୌଡ଼, ଲମ୍ବୋଦର ଗୌଡ଼, ବୁଲୁ ବେହେରା, କେଲା ବାଜିରାମ ସେଠି, କେଲା ଗୌଡ଼ ଓ ହୀନ ଗୌଡ଼ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ଠାରୁ ପ୍ରକାଶ ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା)
Next Post