ବ୍ରହ୍ମପୁର,୨୩/୦୭(ପିପିଟି):ହିଞ୍ଜିଳି ତହସିଲ କାର୍ଯ୍ୟାଳୟରେ ପାଟି ଫିଟାଇଲେ/ ପଦୁଟିଏ ଶୁଣିବାପାଇଁ ହାତ ଗୁଞ୍ଜା ନଦେଲେ କାର୍ଯ୍ୟ ହେଉନାହିଁ। ତଳ ପଦସ୍ଥ କର୍ମଚାରୀ ଠାରୁ ଆରମ୍ଭ କରି ଉପରିସ୍ଥ ପ୍ରସାଶନିକ ଗୋଟିଏ ଫୁଲମାଳରେ ଗୁନ୍ଥା । ପ୍ରଶାସନିକ ଅଧିକାରୀଙ୍କ ମୁଖ ନିର୍ମଳ ହୋଇଥିବାବେଳେ ହୃଦୟ ଦୁର୍ନୀତିର ଆବର୍ଜନା ପରିପୂର୍ଣ୍ଣ ବୋଲି ଜନ ସାଧାରଣରେ ତୀବ୍ର ଆଲୋଚନା ହେଉଛି। ଏଠାରେ ପ୍ରସାଶନିକ ଅଧିକାରୀଙ୍କ ମେଳିରେ ବଳି ପଡିଛନ୍ତି ଜନତା । ଦିନକୁ ଦିନ ଅସହ୍ୟ ହେଉଛନ୍ତି ଜନତା । ଏହାର କରାଳରୂପର ମୁଖା କାଲି ପଦାକୁ ଆସିଛି। ବହୁଦିନର ଅସନ୍ତୋଷ ପରେ ନିଜ କଷ୍ଟ ଅର୍ଜିତ ସମ୍ପତ୍ତିକୁ ପଟା କରାଇଦେବା ପାଇଁ ପୋଚିଲିମା ପଞ୍ଚାୟତର ଜନୈକ ବ୍ୟକ୍ତି ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଭିଜିଲାନ୍ସର ଦ୍ୱାରାସ୍ତ ହୋଇଥିଲେ। ଏହାକୁ ଭିତ୍ତି କରି ଗତ ୨୨/୦୭ ରିଖ ଦିନ ଭିଜିଲାନ୍ସ ସହାୟତାରେ ଦୁର୍ନୀତି ରେ ଲିପ୍ତ ଥିବା ବରିଷ୍ଠ କିରାଣୀ ଏନ.ଜଗଦୀଶ ରାଓ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବିବେଳେ ଧାରା ପଡି ଗିରଫ ହେଲେ। ଏଭଳିକି ଅନେକ ଦୁର୍ନୀତି ଏହି ତହସିଲ କାର୍ଯ୍ୟାଳୟରେ ଯଥା ବାଲି, ବିଭିନ୍ନ ସୈରାତ ଉଛ ,ବିଭିନ୍ନ କାଗଜପତ୍ର କରାଇଦେବା ନାମରେ ଉତ୍କୋଚ ଦାବି ହେଉଥିବା ହିଞ୍ଜିଳି ଯୁବ କଂଗ୍ରେସ ସଭାପତି କହ୍ନେୟାଲ ସାବତ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ନିଜ ତହସିଲରେ ଘଟୁଥିଲେ ମଧ୍ୟ ତହସିଲଦାର ଜାଣିପାରିଲେ ନାହିଁ କିପରି । ହିଞ୍ଜିଳି ତହସିଲଦାର ଆଗରୁ ଏ ବିଷୟରେ ଅବଗତ ଥିଲେ ନା ନଜାଣିଶୁଣିଲାପରି ଅଭିନୟ କରିଥିଲେ ତଦନ୍ତ ସାପେକ୍ଷ । ଏପରିକି ଶ୍ରୀ ସାବତ କହିଛନ୍ତି ଦେଶର ୦୧ ନଂ ମୁଖ୍ୟମନ୍ତ୍ରୀ ,୦୧ନଂ ପ୍ରଶାସକଙ୍କ ଅଞ୍ଚଳରେ ଏଭଳି ଦୁର୍ନୀତି ଶୋଭା ପାଉନି । ତେଣୁ ସମସ୍ତ କାର୍ଯ୍ୟକୁ ଉଚିତ ମାର୍ଗରେ ପରିଚାଳିତ କରିବାପାଇଁ ଭଲ ଭଲ ପଦସ୍ଥ ଅଧିକାରୀ ହିଞ୍ଜିଳି ଅଞ୍ଚଳକୁ ପ୍ରସାଶନିକ ଅଧିକାରୀ ଭାବେ ନିୟୋଜିତ ହୋଇଥାନ୍ତି। ତାହେଲେ ଇଏ କି ପ୍ରକାର ୫ଟି । ହିଞ୍ଜିଳି ଅଞ୍ଚଳର ସମସ୍ତ ବିଭାଗରେ ଏଭଳି ଦୁର୍ନୀତି ହେଉଥିବା ସେ ଅଭିଯୋଗ କରିଛନ୍ତି। ଏଣିକି ଏଭଳି ଦୁର୍ନୀତିକୁ ବରଦାସ୍ତ କରାଯିବ ନହିଁ ଏବଂ ଜରୁରୀ ପଡିଲେ ଜନସାଧାରଣଙ୍କ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରିବାପାଇଁ ପଛଇବ ନାହିଁ ବୋଲି ଚେତାଇ ଦେଇଛନ୍ତି । ଏଣୁ ସମୟ ପୂର୍ବରୁ ହିଞ୍ଜିଳି ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଗଣମାଧ୍ୟମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଛିନ୍ତି ।