ହିଞ୍ଜିଳି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ୪ଜଣଙ୍କ ମୃତ୍ଯୁ ଓ ୪ଜଣ ଗୁରୁତର ।

0 865

ବ୍ରହ୍ମପୁର,୨୩/୦୩(ପିପିଟି): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ଠାରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷର କାରଣ ଜଣା ପଡ଼ିନାହିଁ। ହିଞ୍ଜିଳିକାଟୁ ଥାନାଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଛି। ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଉଛନ୍ତି ତିନି ଭାଇ। ଚାରି ଜଣଙ୍କର ମୃତ୍ୟୁଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ସାମାନ୍ୟ ଯୁକ୍ତିତର୍କରୁ ହିଁ ହତ୍ୟା କରାଯାଇଥିବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ କହିଥିବାବେଳେ ଆକ୍ରମଣକାରୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି । ଗଞ୍ଜାମ ଏସପିଙ୍କ ସୂଚନା ମୁତାବକ ଆକ୍ରମଣକାରୀମାନେ ସଡକ ଦୁର୍ଘଟଣାରୁ ଏକ ଦମ୍ପତିଙ୍କୁ ରକ୍ଷା କରିଥିଲେ। ଆଉ ଫାଷ୍ଟଫୁଡ୍ ଦୋକାନ କରିଥିବା ୩ ଭାଇ ସେମାନଙ୍କୁ କମେଣ୍ଟ କରିଥିଲେ। ସେଥିରେ ଅପମାନିତ ହୋଇ ଅଭିଯୁକ୍ତମାନେ ସେମାନଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ହତ୍ଯାକାରୀଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକ ପିତ୍ତଳ ଛକରେ ରାସ୍ତାରୋକ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି। ଘଟଣାକୁ ନଜରରେ ରଖି ବ୍ଯାପକ ପୁଲିସ ମୁତୟନ କରାଯାଇଛି। ମୃତକ ଚାରିଜଣ ହେଲେ ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ବାଇଁଙ୍କ ତିନି ପୁଅ ରାଜା ସ୍ବାଇଁ,ଶମ୍ଭୁ ସ୍ବାଇଁ, ପାଣ୍ଡା ସ୍ବାଇଁ ଓ ସମ୍ପର୍କୀୟ ଚନ୍ଦନ ସ୍ବାଇଁ।

Leave A Reply

Your email address will not be published.