ହିଞ୍ଜିଳିରେ ସବଜର୍ଜ କୋର୍ଟ ଉଦ୍‌ଘାଟନ ।

0 261

ହିଞ୍ଜିଳିକାଟୁ,୦୬/୦୨(ପିପିଟି): ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ବହୁଦିନର ଦାବୀ ପରେ ଚଳିତ ମାସ ୬ ତାରିଖ ରେ ସବଜର୍ଜ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଠାରେ ଖୋଲାଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚିଠି ସଂଖ୍ୟା ୧୮୨୨ଫାଇଲ ନ xv୧୧୧ ୩୭/୨୦୧୮. ୩୧.୧.୨୩ ଅନୁସାରେ ହିଞ୍ଜିଳି ଠାରେ ସବଜର୍ଜ କୋର୍ଟ ଖୋଲିବାରେ ନେଇ ଅଞ୍ଚଳବାସୀଙ୍କ ପାଇଁ ଏକ ଐତିହାସିକ ଦିନ ହୋଇଯାଇଛି । ଖବରମୁତାବକ ଭିଡ଼ିଓ କନଫରେନ୍ସ ଜରିଆରେ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଓ ଗଞ୍ଜାମ ପ୍ରୋଟକଲ ବିଚାରପତି ଜର୍ଜ ଡ଼ଃ ବିଭୁତି ରଞ୍ଜନ ଶଢ଼ଙ୍ଗି, ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରତାପ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରମଳରେ ଆଭାସୀ ମାଧ୍ୟମରେ ସୋମବାର ଦିନ ସକାଳ ୯:୨୦ ସମୟରେ ଉଦଘାଟିତ ହୋଇଥିଲା । ଏହି ପ୍ରରିପେକ୍ଷୀରେ ଗଞ୍ଜାମ ଜିଲ୍ଲା ଦୌରାଜର୍ଜ ଆନନ୍ଦ ଚନ୍ଦ୍ର ବେହେରା ଓ ଜିଲ୍ଲା କୋର୍ଟ ରେଜିଷ୍ଟାର ସୁଶାନ୍ତ କୁମାର ମିଶ୍ର ନୁତନ ସବ ଜର୍ଜ ଅବକାଶ ଚୌଧୁରୀ,ହିଞ୍ଜିଳି ଜେ.ଏମ.ଏଫ.ସି ବିଚାରପତି ଦିପ୍ତିମୟୀ ସାହୁ,ଗଞ୍ଜାମ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡ଼ା ,ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ,ଆସିକା ଉପଖଣ୍ଡ ଥାନା ଅଧିକାରୀ ଉମଶଙ୍କର ସିଂ ,ବିଡ଼ିଓ ସୁବ୍ରତ କୁମାର ଜେନା,ତହସିଲଦାର ପ୍ରଭାତ କୁମାର ପରିଡ଼ା ,ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଉଦଘାଟନୀ ଉତ୍ସବ ପାଳନରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ମାନଙ୍କ ସହ ଉଦ୍‌ଘାଟନ ସମୟରେ ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ,ଉପ ସଭାପତି ଜଗତ ମୋହନ ସାହୁ,ସମ୍ପାଦକ ଶିବରାମ ପଣ୍ଡା ,ସହ ସମ୍ପାଦକ ଟୁନା ସେଠି , ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ , ମୁକ୍ତିରମ ସାବତ,ସାନ୍ତୁନୁ ପୋଲାଇ, ରାଜ୍ୟ କୃଷି ବିପଣନ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ , ଗ୍ରିଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ,ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଡି ବିଶ୍ବନାଥ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଏନ ରଘୁନାଥ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ଯା ,ସରପଞ୍ଚ /ସମିତିସଭ୍ଯା/ସଭ୍ଯ,ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ , ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡାଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ ଗ୍ରହଣକୁ ହିଞ୍ଜିଳିକାଟୁ ଅଞ୍ଚଳବାସୀ ଏବଂ ଓକିଲ ସଙ୍ଘ ତରଫରୁ ସଭାପତି ଦ୍ବିତିକୃଷ୍ଣ ସାବତ ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି,ଗଞ୍ଜାମ ପ୍ରୋଟକଲ ଜର୍ଜ ଓ ଆଇନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.