ହିଞ୍ଜିଳିକାଟୁ,୦୫/୦୩(ପିପିଟି); ହିଞ୍ଜିଳିରେ ପାଳିତ ହୋଇଯାଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତି ଉତ୍ସବ। ବହୁ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ,ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ,ବିଜେଡି ବ୍ଳକ ଓ ନଗର ସଭାପତି ଓ ବିଜୁପ୍ରେମୀ ମାନଙ୍କୁ ନେଇ ଜଣକ ପରେ ଜଣେ ବିଜୁ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପରେପରେ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୌଠକ ହୋଇଥିଲା । ବିଜୁ ବାବୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ବିସ୍ତୁତ ଆଲୋଚନା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହିସିକତା ଓ ଜଣେ ବିଚକ୍ଷଣ ରାଜନୈତିଜ୍ଞ ପାଇଁ ଭାରତକୁ ତଙ୍କରି ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏଇ ଅବସର ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପଠାରେ ରକ୍ତଦାନ ଶିବର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ , ବ୍ଳକ ବିଜେଡି ସଭାପତି ,ନଗର ବିଜେଡି ସଭାପତି ,ସମିତି ସଭ୍ୟା ଓ ସଭ୍ୟ , ଛାତ୍ର ବିଜେଡି ସଂପାଦକ,ଯୁବନେତା, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ଯା , ପୂର୍ବତନ ନଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)