ହିଞ୍ଜିଳିକାଟୁ,ତା-୦୨/୧୦(ପିପିଟି) ; ହିଞ୍ଜିଳିକାଟୁ ବ୍ଳକରେ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ସ୍ତରୀୟ କୋଭିଡ ସପ୍ତାହ ପାଳନ କରାଯାଇଛି। କୋଭିଡ ସଚେତନତାକୁ ବ୍ୟାପକ କରିବା ଓ ସତର୍କତା ଅବଲମ୍ବନ କରିବା ଏହି କୋଭିଡ ସପ୍ତାହ ପାଳନର ମୂଳ ଲକ୍ଷ୍ୟ । ଏହି ଅବସରରେ ଆଇସିଡ଼ିଏସ କାର୍ଯ୍ୟାଳୟ ସମସ୍ତ କର୍ମକର୍ତ୍ତା ଆନୁକୂଲ୍ୟରେ ହିଞ୍ଜିଳିବ୍ଳକ ର ମକରଝୋଳ,ପୁନରଖଣ୍ଡି, ସମରଝୋଳ ଓ ବେଲଗାଁରେ କୋଭିଡ ସଚେତନତା ରାଲି କରାଯାଇଥିଲା । ମହିଳା ପ୍ରକଳ୍ପ ଅଧିକାରୀଣି ଶୁଭଶ୍ରୀ ପାତ୍ର ଅଧ୍ୟକ୍ଷତାରେ ଏହାକୁ ପରିଚାଳନା କରିଥିଲେ । ଉକ୍ତ କୋଭିଡ ସପ୍ତାହ କାର୍ଯ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ,ତହସିଲଦାର ଜନ୍ମେଜୟ ସାହୁ, ବ୍ଳକ ଅଫିସର ସମସ୍ତ କର୍ମଚାରୀ,ଅଙ୍ଗନବାଡ଼ି କର୍ମୀ ମେଡ଼ିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିବା ସହ ସଚେତନତା ଉପରେ ଅଞ୍ଚଳବାସୀଙ୍କୁ ଅବଗତ କରାଇଥିଲେ ।କରୋନାକୁ ନିଜ ଅଞ୍ଚଳରୁ ସମ୍ପୂର୍ଣ୍ଣ ମୂଳପଛ କରିବା ସହ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଉପସ୍ଥିତ ପ୍ରମୁଖ ଅଧିକାରୀ ଗଣ ସଚେତନତା କରାଇଥିଲେ । (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)