ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ “ସ୍ଵଚ୍ଛତା ପକ୍ଷୱାଡ଼ା” ଆରମ୍ଭ ।

0 313

ହିଞ୍ଜିଳିକାଟୁ,୧୪/୦୮(ପିପିଟି); ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ସ୍ୱଚ୍ଛତା “ପକ୍ଷୱାଡା “ଆରମ୍ଭ ହୋଇଯାଇଛି ।ଜାତୀୟ ସେବା ଯୋଜନା ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହା ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷା ଡ଼ଃ ସ୍ୱସ୍ତିକା ପାଢ଼ୀ ଓ ଯୁକ୍ତଦୁଇର ଅଧ୍ୟକ୍ଷ ପ୍ରାଧ୍ୟାପକ ମାନସ ମୋହନ ବଳିଆର ସିଂ ଯୋଗ ଦେଇ ଉତ୍ତମ ସ୍ବାସ୍ଥ୍ୟ ପାଇଁ “ସଫାଇ” ଓ “ସ୍ବଚ୍ଛତା” ର ଆବଶ୍ୟକତାକୁ ବୁଝେଇବା ସହ ଏନ୍.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ପ୍ରଧାନ, ଅଧ୍ୟାପକ ବିଦ୍ୟାଧର ସେଠୀ, ଅଧ୍ୟାପିକା ସାଇ ଲକ୍ଷ୍ମୀ ଅମ୍ବାତି ଏବଂ ଛାତ୍ର ସ୍ବେଛାସେବୀ ଏନ୍.ନିଳମାଧବ ପାତ୍ର ପ୍ରମୁଖ ମହାବିଦ୍ୟାଳୟର ଚତୁଃପାର୍ଶ୍ଵରେ ଥିବା ଅନାବନା ତୃଣ, ଅଳିଆ ଆବର୍ଜନା ସଫା ସହ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଆଦି ସଂଗ୍ରହ କରି ଥିଲେ। ଏଥିରେ ସକ୍ରିୟ ନାଗରିକ ତଥା ସ୍ବେଛାସେବୀ ଏନ୍. ନିଳମାଧବ ପାତ୍ରଙ୍କ ପ୍ରଚେଷ୍ଟା ରେ ବହୁ ଏନ୍.ଏସ.ଏସ ଛାତ୍ରଛାତ୍ରୀ ସ୍ବେଛାସେବୀ ପାୟଲ ବେହେରା , ଅଳକା, ମନିଷା,ସୁନୀତା, ସୁଭସ୍ମିତା, ବି.ଇନ୍ଦୁ,ସୁରଜ୍,ଦିନେଶ, ପ୍ରିତମ୍ ଓ ଅମର ମୁନି ପ୍ରଭୂତି ଯୋଗ ଦେଇ ସହଯୋଗ କରିବା ସହ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ସୁଚାରୁ ରୁପେ ପରିଚାଳିତ ହୋଇଥିବାରୁ ଅଧ୍ୟାପିକା ଶ୍ରୀମତୀ ଅମ୍ବାତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ। (ରିପୋର୍ଟ – ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.