ହିଞ୍ଜିଳିକାଟୁ ବ୍ଲକର ସମରଝୋଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

0 654

ହିଞ୍ଜିଳିକାଟୁ,ତା-୦୨/୦୭(ପିପିଟି) ; ଗଞ୍ଜାମ ଜିଲ୍ଲା ମାାହାମାରୀ କରୋନା ସଂକ୍ରମଣ ଏବେ ଅଣାୟତ ହୋଇପଡିଛି। ସେ ତାର  କାୟା ବିସ୍ତାର କରି ଚାଲିଛି  ଜିଲ୍ଲାର ବିଭିନ୍ନ ସହର ସମେତ ହିଞ୍ଜିଳି ବ୍ଳକକୁ ମଧ୍ୟ  ବାଦ ପଡିନି । କରୋନା ଆକ୍ରାନ୍ତରେ ସ୍ଥାନୀୟ ସହର ସମେତ ଗ୍ରାମାଞ୍ଚଳର କିଛି ସଂକ୍ରମିତ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।  ବଡ଼ଖଣ୍ଡି ପଞ୍ଚାୟତରେ ଆକ୍ରାନ୍ତ ସଂଖ୍ୟା ବଢୁଥିବା ଦେଖାଯାଇଛି । ଏଭଳି ସ୍ଥିତିରେ  ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ ଗୁରୁବାର  ପ୍ରଶାସନକୁ ଖବର ଦେଇଥିଲେ । ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପୀନାଥ କୁଅଁରଙ୍କ ବିଚାର କ୍ରମେ ସମରଝୋଳ ଗ୍ରାମକୁ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ପଦକ୍ଷେପ ନେଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚଙ୍କ  ଜିଲ୍ଲାପାଳ କ୍ଷମତାରେ ସମରଝୋଳ ଗ୍ରାମକୁ ୭ ଦିନ ସକାଶେ କଣ୍ଟେନମେଣ୍ଟ ଜୋନ ଓ ବଡ଼ଖଣ୍ଡି ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି । ସମ୍ପୃକ୍ତ ଗ୍ରାମର ୩ ପ୍ରବେଶ ପଥକୁ ବ୍ୟାରିକେଡ କରାଯାଇ ସିଲ କରାଯାଇଛି। ଏହି ଘୋଷଣା ମୁତାବକ ଗୁରୁବାର ଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଗାଁ ସମେତ ସମରଝୋଳ ଛକର ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ଓ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ପୂର୍ବରୁ ଉକ୍ତ ବଜାର ଅଞ୍ଚଳକୁ ଗତ ୨୬ ତାରିଖ ଗୁରୁବାର ଠାରୁ ୫ ଦିନ ଧରି ସଟଡାଉନ ଘୋଷଣା କରିଥିଲେ ସରପଞ୍ଚ ।ବଜାରରେ ଅବାଧ ଯାତାୟାତ ଓ ପ୍ରବଳ ଗହଳି ସହ ସାମାଜିକ ଦୂରତା ନିୟମ ପାଳନ କରୁ ନ ଥିବା ହେତୁ ଏହି ପଦକ୍ଷେପ ନେଇଛନ୍ତି।ଗ୍ରାମରେ ଅଧିକାଂଶ ଲୋକଙ୍କୁ ଥଣ୍ଡା, କାଶ, ଜ୍ୱର  ସ୍ଥିତି ଅସମ୍ଭାଳ ପରିସ୍ଥିତି ହେବା ପୂର୍ବରୁ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସକାଶେ ଅଞ୍ଚଳବାସୀ ଦାବୀ କରିଛନ୍ତି।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.