ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ୍ ପରିସରରେ ନୂତନ ଇଣ୍ଡୋର ଷ୍ଟାଡିୟମ୍ ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ।

0 1,468

ବ୍ରହ୍ମପୁର, ୦୨/୧୧(ପିପିଟି); ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟା ପୀଠ ଖେଳ ପଡିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ଇଣ୍ଡୋର ଷ୍ଟାଡିୟମ୍ ସୋମବାର ୨ ତାରିଖ ସନ୍ଧ୍ୟା ୫ଘଣ୍ଟ ସମୟରେ ଭିଡିଓ କଂଫେରେନ୍ସ ମାଧ୍ୟମରେ ହିଞ୍ଜିଳି ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଗତ ୧୪ ଏପ୍ରିଲ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଗ୍ରସ୍ତରେ ଆସି କ୍ରୀଡ଼ାର ବିକାଶ ଓ ସ୍ଥାନୀୟ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଜନୀତ ସୁଯୋଗ ଲକ୍ଷ୍ଯ ରଖି ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆ ପରିସରରେ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଭିତିପ୍ରସ୍ଥର ସ୍ଥାପନ କରିଥିଲେ। ଆଜି ଏକ ଖୁସିର ମୁହୂର୍ତ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ ।ଏହା ଦ୍ୱାରା କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀଙ୍କ ଭିତରେ ଉତ୍ସାହର ବାତାବରଣ ସୃଷ୍ଟି କରିଛି। ଆଜିକାର ଏହି ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ମୁଖ୍ୟ ପ୍ରଶାସକ ତଥା ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ତହସିଲଦାର ଶେରଗଡ଼ ଡ଼.ଦୟାସିନ୍ଧୁ ପରିଡା ,ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା, ହିଞ୍ଜିଳି ଗୋଷ୍ଠୀ ଉନୟନ ଅଧିକାରୀ ପ୍ରଶ୍ନ ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା,ହିଞ୍ଜିଳି ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମନରଞ୍ଜନ ସାହୁ,ଉପଜିଲ୍ଲାପାଳ, ବ୍ଳକ ଅଧ୍ୟକ୍ଷ ଏନ୍. ରଘୁନାଥ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ,ପୂର୍ବତନ ବିଧାୟକ ହରିହର ସାହୁ, ନୀଳମଣି ପଟ୍ଟନାୟକ, ଶେରଗଡ଼ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଏବଂ ହିଞ୍ଜିଳି ଥାନ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ବହୁ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ମୋଟା ମୋଟୀ ଭାବେ ଉଦ୍‌ଘାଟନୀ ଉତ୍ସବ ଆନନ୍ଦର ସହ ପାଳିତ ହୋଇଥିଲା ।ଏହି ଉତ୍ସବ ଶୃଙ୍ଖଳାର ସହିତ ବ୍ଳକ ପ୍ରଶାସନ ଦ୍ୱାର ପରିଚାଳିତ ହୋଇଥିବାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.