ହିଞ୍ଜିଳିକାଟୁ ପୌର ପରିଷଦରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନର ଶୁଭାରମ୍ଭ ।

0 449

ହିଞ୍ଜିଳିକାଟୁ,୧୪/୦୮(ପିପିଟି); ହିଞ୍ଜିଳିକାଟୁ ପୌର ପରିଷଦ ହେବା ପରଠାରୁ ପୋୖରାଞ୍ଚଳରେ କିଛି ପରିବର୍ତ୍ତନ ହେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ସହର ସୌନ୍ଦର୍ଯ୍ୟ ନବୀକରଣ ମଧ୍ୟ ହୋଇଛି । ବର୍ତ୍ତମାନ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ନୂତନ କାର୍ଯ୍ୟକ୍ରମ ଘର ଘର ବୁଲି ଇ-ବର୍ଜ୍ୟବସ୍ତୁ ସଂଗ୍ରହ ।ରାଜ୍ୟ ସରକାରଙ୍କ ଗୃହ ଏବଂ ସହରୀ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୌର ପରିଷଦର ସ୍ୱଚ୍ଛତା ଗ୍ରାହୀ ସଙ୍ଗଠନ ମହିଳାମାନଙ୍କୁ ନେଇ ଶନିବାର ଠାରୁ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଉଦଘାଟନ କରିଛନ୍ତି । ସପ୍ତାହର ପ୍ରତି ଶନିବାର ଘର ଘର ବୁଲି ଲୋକଙ୍କ ଠାରୁ ଏପରି ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରିବେ ସଫେଇ କର୍ମଚାରୀ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏଣେତେଣେ ବାହାରେ ନଫୋପାଡି ପୌର ପରିଷଦର ସଫେଇ ଗାଡ଼ିରେ ଦେବାକୁ ସଚେତନତା କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁଯାୟୀ କେତେକ ଇ-ବର୍ଜ୍ୟବସ୍ତୁରେ ଟକ୍ସିକ୍‌ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ରହିଛି, ଯାହାକି ପ୍ରଜନନ କ୍ଷମତା ହ୍ରାସ, ଚର୍ମ ସଂକ୍ରମଣ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦାର୍ଥକୁ ବୈଜ୍ଞାନିକ ପଦ୍ଧତିରେ ପୃଥକୀକରଣ କରିବାର ଆବଶ୍ୟକତା ରହିଛି। ଏହାକୁ ସଂଗ୍ରହ କରି ନିକଟସ୍ଥ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଗଚ୍ଛିତ କରାଯିବ।

(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.