ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ ରାଲି ।

0 250

ହିଞ୍ଜିଳିକାଟୁ,ତା-୨୨/୧୦(ପିପିଟି) ;ସହରର ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେବା ସହ ଲୋକଙ୍କୁ ସଚେତନତା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳ ୭ଘଣ୍ଟ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ରାଲି ରେ ବହୁ କୋଭିଡ ମନିଟର , ସ୍ଵେଚ୍ଛାସେବୀ, ଛାତ୍ର ଓ ପୌର କର୍ମଚାରୀ ମାନେ ପୌର କାର୍ଯ୍ୟଳୟ ଠାରୁ ପ୍ଲାକ୍ କାର୍ଡ ଧରି ସଚେତନା ରେ ବାହାରି ବଇଞ୍ଚବଣିଆ ଛକ ଦେଇ ବ୍ଲକ ଛକ ପର୍ଯ୍ୟନ୍ତ ଯାଇ କରୋନା ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ। ଏହି ରାଲି ରେ କରୋନା କଟକଣା ମାନି ଚଳିବା,ସ୍ୱଚ୍ଛତା ଓ ପରିମଳ ପ୍ରତି ସଚେତନା ହେବା ସହ ଅନ୍ୟକୁ ସଚେତନତା କରିବା ପାଇଁ ଆହ୍ବାନ ଦେଇଥିଲେ। ଉକ୍ତ ରାଲି ରେ ତହସିଲଦାର ଜନ୍ମେଜୟ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାସ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ,ଦିଲ୍ଲୀପ କୁମାର ମିଶ୍ର, ପୌର କର୍ମଚାରୀ ଅଶ୍ୱିନି କୁମାର ନାୟକ, କିଶାନ ପାତ୍ର, ବିବେକାନନ୍ଦ ମହାପାତ୍ରଙ୍କ ସମେତ ବହୁ କର୍ମଚାରୀମାନେ ଉକ୍ତ ସାଇକେଲ ସଚେତନା ରାଲି ରେ ଯୋଗଦେଇଥିଲେ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.