ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ।

0 343

ହିଞ୍ଜିଳିକାଟୁ,୧୪/୦୯(ପିପିଟି) : ହିଞ୍ଜିଳିକାଟୁ ପଞ୍ଚାୟତ ସମିତିରେ ଆଜି ଅର୍ଥାତ ତା ୧୪-୦୯-୨୦୨୨ ରିଖ ବୁଧବାର ଦିନ ଚତୁର୍ଥ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅନ୍ତର୍ଗତ ସଭା କକ୍ଷରେ ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକକୁ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପରିଚାଳିତ କରିଥିବାବେଳେ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ୱତୀ ସେଠୀ ଅଧ୍ୟକ୍ଷତା କରିଥିଲେ । ସେହିପରି ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳି ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଓ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ମଞ୍ଚାସିନ ଥିଲେ । ବୈଠକ ପ୍ରାରମ୍ଭରେ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପୂର୍ବବୈଠକ ର ବିବରଣୀ ପାଠ ସହ ଆଜିର ବୈଠକ ଉପରେ ସୂଚନା ପ୍ରଦାନ କରିଥିଲେ । ଆଜି ଦିନର ବୈଠକରେ ସ୍ୱାସ୍ଥ୍ୟ , ଶିକ୍ଷା, କୃଷିଓ ଆନୁଷଙ୍ଗିକ କୃଷି , ପାନୀୟ ଜଳ ଓ ପରିମଳ ,ସାଧାରଣ ବଣ୍ଟନ ବ୍ୟବସ୍ଥା , ସାମାଜିକ ସୁରକ୍ଷା , ସମନ୍ୱିତ ଶିଶୁବିକାଶ ଯୋଜନା , ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା , ଗ୍ରାମୀଣ ଆବାସ ଯୋଜନା ,ଉନ୍ନୟନ ଓ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୧-୨୨ଉପରେ ବିଶଦ୍ ଆଲୋଚନା ହୋଇଥିଲା । ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟ କିପରି ଲୋକାଭିମୁଖୀ ହୋଇପାରିବ ତାହାରି ଉପରେ ଚର୍ଚ୍ଚା ହୋଇଥିଲା । ସେହି ପ୍ରକଳ୍ପ ଗୁଡିକୁ ଲୋକଙ୍କ ମଧ୍ୟରେ ଆଦୃତ କରାଇବାସହ ନିମ୍ନସ୍ତରରୁ କାର୍ଯ୍ୟକାରିତା ଉପଯୁକ୍ତତା ଭିତ୍ତିରେ ଯେପରି ହୋଇପାରିବ ତାହାରି ଉପରେ ଆଲୋକପାତ କରାଯାଇଥିଲା । ଉକ୍ତ ବୈଠକରେ ବିଭିନ୍ନ ପ୍ରଶାସନିକ ବିଭାଗର ଯନ୍ତ୍ରୀ ,ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।ଉକ୍ତ ସାଧାରଣ ବୈଠକରେ ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ବ୍ଲକ ଅନ୍ତର୍ଗତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମିତି ବୈଠକ ସୁଚାରୁରୂପେ ସମ୍ପାଦିତ ହୋଇଥିବାଯୋଗୁଁ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଓ ଗୋଷ୍ଠିଉନ୍ନୟନ ଅଧିକାରୀ ,ସୁବ୍ରତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
( ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ।)

Leave A Reply

Your email address will not be published.