ହିଞ୍ଜିଳିକାଟୁ ନେହେରୁ ନଗରରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର , ମୃତ୍ୟୁ ସନ୍ଦେହ ଘେରରେ ।

0 708

ହିଞ୍ଜିଳିକାଟୁ,ତା-୧୦/୧୦(ପିପିଟି) ; ହିଞ୍ଜିଳିକାଟୁ ନେହେରୁ ନଗର ଚତୁର୍ଥ ଲାଇନ ମହେଶ୍ୱର ସାହୁଙ୍କ ନବନିର୍ମିତ ନିର୍ମାଣାଧୀନ କୋଠା ଦ୍ୱିତୀୟ ମହଲାରେ ଏକ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଯୁବକ ଖଡଭାଗ ଗ୍ରାମର ପିତା ଈଶ୍ୱର ଚନ୍ଦ୍ର ସ୍ୱାଇଁ ଓ ମାତା ଲିଲି ସ୍ୱାଇଁଙ୍କ ଜ୍ୟେଷ୍ଠ ପୁତ୍ର ମଙ୍ଗଳା ସ୍ୱାଇଁ (୧୮) ବୋଲି ସୂଚନା ମିଳିଛି। ସୂଚନା ପ୍ରକାରେ ଉକ୍ତ ଯୁବକ ସୁରତରେ କାମ କରୁଥିଲେ। ଲକଡ଼ାଉନ ପରେ କାର୍ଯ୍ୟ ବନ୍ଦ ହେତୁ ନିଜ ଗ୍ରାମ ଖଡ଼ଭାଗକୁ ଫେରିଆସିଥିଲେ। ପୂର୍ବରୁ ସେ ମହେଶ୍ୱର ସାହୁଙ୍କ ଘରେ କାର୍ଯ୍ୟରତ ଥିଲେ । ଏହାକୁ ଭିତ୍ତିକରି ପୁନଃ ମଙ୍ଗଳା ସ୍ୱାଇଁ ସୁରତରୁ ଫେରସ୍ତ ହେବାପରେ ମହେଶ୍ୱର ସାହୁଙ୍କ ଘରେ ପୁଣି କର୍ମସଂସ୍ଥାନ ଉଦେଶ୍ୟରେ ପ୍ରାୟ ୬ ମାସ ହେବ ରହିଥିଲେ। ଏହି ସମୟ ମଧ୍ୟରେ ମଙ୍ଗଳା ସପ୍ତାହ କିମ୍ବା ଦୁଇ ସପ୍ତାହ ନିଜ ଗୃହକୁ ଯାଇ କେବଳ ବୁଲି ଆସୁଥିଲେ। ପ୍ରାୟତଃ ସେ ମହେଶ୍ୱର ସାହୁଙ୍କ ଗୃହରେ ରହୁଥିଲେ । କିନ୍ତୁ ହଠାତ ଆଜି ସକାଳେ ୨ଟି ଚାଦର ମାଧ୍ୟମରେ ସ୍କାଏଲାଇଟ ଗ୍ରୀଲରେ ନିଜକୁ ଆତ୍ମହତ୍ୟା କରିଥିବାର ମହେଶ୍ୱର ସାହୁ ଜାଣିବାକୁ ପାଇଥିବା ତାଙ୍କ ମା ଲିଲି ସ୍ୱାଇଁ ଓ ହିଞ୍ଜିଳି ଥାନାକୁ ଜଣାଇଥିଲେ। ମଙ୍ଗଳାଙ୍କ ମା ଲିଲି ସ୍ୱାଇଁଙ୍କ ଏତଲାକୁ ଭିତ୍ତି କରି କେସ ନଂ ୨୯/୨୦ ପ୍ରକାରେ ଅପମୃତ୍ୟ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଛି। ଆଞ୍ଚଳିକ ସାଧାରଣଙ୍କ କହିବା ପ୍ରକାରେ ଘଟଣାର ପାରିପାର୍ଶ୍ବିକ ପରିସ୍ଥିତ ଦେଖିଲେ ଏହା ଏକ ଆତ୍ମହତ୍ୟା ନୁହେଁ, ଏକ ହତ୍ୟା ଜନିତ ଘଟଣା ହୋଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର / ଫଟୋ- ସାନ୍ତନୁ କୁମାର ବେହେରା)

Leave A Reply

Your email address will not be published.