ହିଞ୍ଜିଳିକାଟୁରେ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା ବୈଠକ ଓ ୩ଟି ଯୋଜନା କାର୍ଯ୍ୟକ୍ରମ ।

0 756

ହିଞ୍ଜିଳିକାଟୁ,ତା-୦୧/୦୬(ପିପିଟି) ;  ଗଞ୍ଜାମ ଜିଲ୍ଲାପାଳ ବୁଧବାର ସକାଳ ସମୟରେ ଜିଲ୍ଲାର ବିଭିନ୍ନ ବ୍ଳକ ଗ୍ରସ୍ତ କରି ପୂର୍ବାହ୍ନରେ ହିଞିଳିକାଟୁ ବ୍ଳକ ପହଞ୍ଚି ଥିଲେ । ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ କୋଭିଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୩ଟି ଯୋଜନା ଓ ଏସଏମଏସ ପାଳନ କରିବା ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ, କୋଭିଡ୍ କେର ହେଲଥ୍ କମିଟି ଗଠନ, ପଞ୍ଚାୟତ ସ୍ତରରେ କୋଭିଡ କେର ସେଣ୍ଟର ସଜାଗ ରଖିବା ଏବଂ ପୋଖରୀରେ ଗାଧୋଇବାକୁ ବାରଣ କରିବା, ମନ୍ଦିର,କୋଠାଘର ଓ ବିଭିନ୍ନ ଛକ ଯାଗା ଗୁଡିକରେ ଗହଳି ନକରିବା ଉପରେ ଗୁରୁତ୍ବଆରୋପ କରାଯିବ କୁ ନିର୍ଦ୍ଦେଶ ଦେଇଛନ୍ତି ।ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ରେ କୋଭିଡ ନିୟମ ମାନିବା ସହ ଗ୍ରାହକଙ୍କୁ ସାମାଜିକନ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନ କରିବା ନିମନ୍ତେ  ଗୁରୁତ୍ୱ ଦେବାକୁ କହିଥିଲେ । ଗ୍ରାହକଙ୍କ ଫୋନେ ନଂ ସହ ନାମ ଠିକଣା  ଏକ ଡାଇରରେ ଲିଖିତ ରଖିବା ପାଇଁ ବାଧ୍ୟତାମୂଳକ ।ଏହି   ନିୟମ ଗୁଡିକ ନମାନିଲେ ଦୋକାନ ସିଲ୍ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ ଦୋକାନ ବଜାର ଓ ପନିପରିବା ବଜାରରେ   ବ୍ୟାରିକେଡ କରି ବ୍ୟବସାୟ କରିବା । ସଟ ଡାଉନ ସମୟରେ ସର୍ବ ସାଧାରଣରେ ବାହାରେ ବୁଲା ବୁଲି  ନକରି ଘରେ ରହିବାକୁ କହିଥିଲେ ।କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଏହି ସବୁ ମାନି ଚଳିବା କୁ ପଡିବ ବୋଲି କହିଛନ୍ତି । ଏଥି ପାଇଁ ସରପଞ୍ଚ ମାନେ ସକ୍ରିୟ ରହି ଗାଁ ଗାଁ ରେ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲପାଳ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ କରିବା ସହ ଲକ୍ଷଣ ଦେଖାଗଲେ ସେମାନଙ୍କ ସ୍ୱାବ ଟେଷ୍ଟ କୋଭିଡ ସେଣ୍ଟର କରିବା ପାଇଁ କୁହାଯାଇଛି ।ପ୍ରବାସୀ ମାନେ ହୋମ କ୍ୱାରେଣ୍ଟାଇନ ରହିଥିବା ସେମାନଙ୍କ ରିପୋର୍ଟ ବାହାର କରିବା । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଠି,ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ , ତହସିଲଦାର ଗୋପୀନାଥ କୁଅଁର,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାସଙ୍କ ସ୍ୱାସ୍ଥ୍ୟ ଅଧିକାରୀ ପ୍ରତିଭା ପାତ୍ର, ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ଓ ସରପଞ୍ଚ ଓ ନୋଡାଲ ଅଫିସର ଉପସ୍ଥିତ ଥିଲେ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.