ହିଞ୍ଜିଳିକାଟୁରେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

0 670

ହିଞ୍ଜିଳିକାଟୁ,ତା-୨୫/୦୮(ପିପିଟି) ; ଆଜି ସକାଳ ୧୦ଘଣ୍ଟ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦାନ କରି ସହରାଞ୍ଚଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ହିଞ୍ଜିଳି ପୌରାଞ୍ଚଳର ବିଭିନ୍ନ ଅଞ୍ଚଳର ରାସ୍ତାର ଉଭୟ ପାର୍ଶ୍ୱରେ ଏହିପରି ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ପ୍ରାୟ ଏକଲକ୍ଷ ଟଙ୍କା ଅଟକଳ ବ୍ୟୟରେ ସହରକୁ ବୃକ୍ଷରାଜିରେ ସୌନ୍ଦର୍ଯ୍ୟ କରଣ ହେବବୋଲି ପୌରପରିଷଦ ତରଫରୁ ସୂଚନା ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ଦ୍ଵାରା ଆରଏମସି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରୁ କୋଭିଡ କ୍ୟାର ଚିକିତ୍ସାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ପୌର ପରିଷଦ କାର୍ଯ୍ୟ ନିର୍ଵାହି ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ , ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ଦ୍ୱାରା ପରିଚାଳିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ , ଦିଲ୍ଲୀପ ମିଶ୍ର ,ବରିଷ୍ଠ ରାଜସ୍ବ ଅସୁଲକାରୀ କୈଳାଶ ସାବତ ,ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗୌଡ଼ ,ପୂର୍ବତନ ଉପାଦକ୍ଷ ସୁବାଷ ପୋଲାଇ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ , ପୌରାଞ୍ଚଳ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.