ହିଙ୍ଗମା ସ୍କୁଲରେ ସ୍କୁଲ ପରିଚାଳନା କମିଟି ଗଠିତ ।

0 291

ଉଲୁଣ୍ଡା,୦୧/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ୟୁପି ସ୍କୁଲରେ ପରିଚାଲନା କମିଟୀ ଗଠିତ ହୋଇଯାଇଛି । ମଧୂ ତାନ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମସ୍ତ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଏହି ଅବଶରରେ ଏକ ନୂତନ ପରିଚାଲନା କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଂଜୀବ ରଣା ସଭାପତି, ରୀନା ମହାନନ୍ଦୀଆ ଉପସଭାପତି ଭାବରେ ମନୋନୀତ ହୋଇଛନ୍ତି । ଛାତ୍ର ପ୍ରତିନିଧି ଇତିଶ୍ରୀ ସାହୁ, ଶ୍ରୀୟମ ପର୍ଡୀଆ, ଆଶାକର୍ମୀ ଶଶି ରାଉତ, ଅଙ୍ଗନୱାଡି କର୍ମୀ ରୂପକାନ୍ତୀ ଜଗଦଲା, ସମିତି ସଭ୍ୟା ରୀତାରାଣୀ ମହାନନ୍ଦିଆ, ପ୍ରଧାନ ଶିକ୍ଷକ ହୃଷିକେଶ କର୍ଣ୍ଣ, ଶିକ୍ଷକ ପ୍ରତିନିଧି ଅବଦୁଲ ଭୋଇଙ୍କ ସମେତ ୧୯ ଜଣ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ସିଆରସସି କୃଷ୍ଣ ରଂଜନ ପଣ୍ଡା ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.