ହିଙ୍ଗମାରେ ନବାହ ପାରାୟଣ ଉଦଯାପିତ ।

0 269

ଉଲୁଣ୍ଡା,୧୭/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ଠାରେ ଚାଲିଥିବା ନବାହ ପାରାୟଣ ଗତ କାଲି ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି ।ହିଙ୍ଗମା ଗ୍ରାମବାସୀଙ୍କ ମିଳିତ ଆୟୋଜନରେ ଆୟୋଜିତ ନବ ଦିନାତ୍ମକ ନବାହ ପାରାୟଣର ପ୍ରଥମ ଦିନରେ କଲସ ଯାତ୍ରା କରାଯାଇ ପୂଜା ସ୍ଥଳରେ ସ୍ଥାପନ କରାଯାଇଥିଲା । ବ୍ୟାସ ଭାବରେ ମିଲନ ମିଶ୍ର ଯୋଗଦେଇ ପ୍ରତ୍ୟହ ଦିନ ସକାଲ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତୁଲସୀ ରାମାୟଣ ପଠନ କରିଥିଲେ । ସଂଧ୍ୟା ୭ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା । ପଣ୍ଡିତ ପ୍ରକାଶ ପାଢୀ ପୂଜାର୍ଚନା କରିଥିବା ବେଳେ କର୍ତା ଭାବରେ ତପନ ଭୋଇ ସପତ୍ନିକ ଦାଇତ୍ୱ ତୁଲାଇଥିଲେ । ଆଖପାଖ ଅଂଚଲର ବହୁ ଶ୍ରଦ୍ଧାଲୁଙ୍କ ସମାଗମ ହୋଇଥିଲା । ଆର୍ତ, ସୁରୁବାବୁ, ବଶିଷ୍ଠ, ମଙ୍ଗୁଲୁ, ଭରତ, ମୁନୁ, ରାମଚନ୍ଦ୍ର ସରଙ୍ଗୀ, ଲେକୁଡୁ, ରାତ୍ର, ଶ୍ରୀପତୀ, ରୁପା, ସୁବଲ, ଲୁକୁ, ରାମକୃଷ୍ଣ, ଭାଗିରଥିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.