ହିଞ୍ଜିଳିକାଟୁ,୧୯/୧୦(ପିପିଟି); ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଜିଲ୍ଲା ଗଞ୍ଜାମର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ବିଧାୟକ ରମେଶ ଜେନା ନିଯୁକ୍ତି ହୋଇଥିବାରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ ଜଣାଇଛନ୍ତି । ସେ ଜଣେ ଗତିଶୀଳ ନେତା, ଏବଂ ଗଞ୍ଜାମରେ ତାଙ୍କୁ ସାଧାରଣ ଲୋକ ବହୁତ ଭଲ ପାଇଥିବା କହିଛନ୍ତି | ତାଙ୍କ ନେତୃତ୍ୱରେ କଂଗ୍ରେସ ନିଶ୍ଚିତ ଭାବରେ ଗଞ୍ଜାମରେ ହଜିଯାଇଥିବା ଗୌରବ ଫେରାଇ ଆଣିବ ବୋଲି ଦୃଢ଼ତାର କହିଛନ୍ତି ।ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ କେସି ବେନୁଗୋପାଲ ରମେଶ ଜେନା ଗଂଜାମ ଜିଲ୍ଲାର ସଭାପତି ଭାବେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଫଳରେ ଶ୍ରୀ ଜେନାଙ୍କ ସଭାପତିତ୍ୱକୁ ନେଇ ହିଞ୍ଜିଳି ଅଚଂଳରେ କଂଗ୍ରେସ କର୍ମୀ ଓ ଯୁବଗୋଷ୍ଠିଙ୍କ ମନରେ ବହୁତ ଖୁସି ଓ ଉତ୍ସାହିତ ଥିବା ମନୋଜ କୁମାର ସ୍ବାଇଁ କହିଛନ୍ତି । ଜିଲ୍ଲା କୃଷକ ଆବାହକ ରାମନାରାୟଣ ବିଶ୍ବାସରାୟ ଶ୍ରୀଜେନାଙ୍କୁ ଶୁଭେଚ୍ଛା,ଅନ୍ୟ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି । ଆମେ ନିଶ୍ଚିତ ଯେ ସେମାନଙ୍କର ଦକ୍ଷ ନେତୃତ୍ୱରେ ହିଞ୍ଜିଳିକଂଗ୍ରେସ ସଂଗଠନ ଉଠି ପୁଣି ଉଜ୍ଜ୍ୱଳ ହେବ ଜୟ କଂଗ୍ରେସ ବୋଲି ଅଚଂଳର କଂଗ୍ରେସ ନେତା
ପି ଡମ୍ବରୁ, ଭଗବାନ ପଣ୍ଡା, ଗୋବିନ୍ଦ ନାହାକ , ବାବୁସାହୁ ,ବନମାଳୀ ସାହୁ ଏବଂ ହିଞ୍ଜିଳି ଅଚଂଳ ବହୁ ଯୁବକ ଓ ମହିଳା ମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି ।
(ରିପୋର୍ଟ – ପ୍ରଭୁଦତ୍ତ ପାତ୍ର ।)