ହାଥରସ୍ ଗଣବଳତ୍କାର ଘଟଣାର ନୀରବ ପ୍ରତିବାଦ ।

0 412

ଜଗତସିଂହପୁର,୦୨/୧୦(ପିପିପି); ଉତ୍ତରପ୍ରଦେଶର ହାଥରସ୍ ଗଣବଳାତ୍କାର ମାମଲାରେ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଲାଗି ଵଢୁଛି। ସର୍ବତ୍ର କେବଳ ଗୋଟିଏ ହ୍ୟାସଟ୍ୟାଗ୍ ବର୍ତ୍ତମାନ ଟ୍ରେଣ୍ଡ କରୁଛି #JusticeForManishaValmiki । ଏହି ମାମଲାରେ ନିର୍ଯ୍ୟାତିତା ମନୀଷା ବାଲ୍ମୀକିଙ୍କ ମୃତଶରୀରକୁ ରାତି ଅଧରେ ବଳପୂର୍ବକ ପରିବାର ଲୋକଙ୍କୁ ନଦେଇ ଉତ୍ତର ପ୍ରଦେଶ ପୋଲିସ ନିଜେ ସତ୍କାର କରିବା ଓ ସମ୍ବାଦ ସରବରାହ ପ୍ରତିନିଧି, କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀଙ୍କୁ ପୀଡ଼ିତାଙ୍କ ପରିବାରକୁ ଭେଟିଵାକୁ ନ ଦେଵା ପରି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସର୍ବଭାରତୀୟ ସ୍ତରରେ ଏପରି କାର୍ଯ୍ୟର ନିନ୍ଦା କରାଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜଗତସିଂହପୁର ବ୍ଳକର ଉଗାଳପୁର ଠାରେ ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟରଂଜନ ମହାନ୍ତି ,ଜିଲ୍ଲା ଆବାହିକା ରୋଜାଲିନ ମିଶ୍ରଙ୍କ ସହ ଏଆଇକେଏସ୍ ଜଗତସିଂହପୁର ଜୋନାଲ କମିଟି ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ, ତିର୍ତ୍ତୋଲ ବ୍ଲକ୍ କୋତିଆଁ ଠାରେ ଉତ୍କଳ ମହିଳା ସମିତି ତରଫରୁ ଫୁଲ ଦାସ, କାଞ୍ଚନ ଭୋଇଙ୍କ ସହ ମହିଳା ସଦସ୍ୟମାନେ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଜଗତସିଂହପୁର ଅଖିଳ ଭାରତ ଛାତ୍ର ସଂଘର ସଦସ୍ୟମାନେ ମଧ୍ୟ ଉଗାଳପୁର ଠାରେ ପ୍ରଦର୍ଶନ କରିଛନ୍ତି । କୁଜଙ୍ଗ ବ୍ଲକ୍ ର ସିପିଆଇ ଅଫିସ୍ ସମ୍ମୁଖରେ ଉତ୍କଳ ମହିଳା ସମିତି ତରଫରୁ ଜିଲ୍ଲା ସହ ସଂପାଦକ ଜୀନ୍ମୟୀ ସାହାଣୀଙ୍କ ନେତୃତ୍ବରେ ନୀରବ ପ୍ରତିବାଦ କରାଯାଇଛି । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.