ହାତୀ ଉପଦ୍ରଵରେ ଧାନ ଗଦା ନଷ୍ଟ, କ୍ଷତି ପୂରଣ ଦାବି।

0 286

ଦିଗପହଣ୍ଡି ;୨୮/୦୧; ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ପଞ୍ଚାୟତର କୋଟିନଡ଼ା ଓ ଜକରା ପଲ୍ଲୀ ରେ ଆଜି ଭୋର ଚାରିଟା ରୁ ହାତୀ ପଲ ପଶି କିଛି ଚାଷୀଙ୍କ ଧାନ ଅମଳ କରିବା ସକାଶେ ନିଜ ଜମିରେ ଗଦା ମାରି ରଖିଥିଲେ । ଆଜି ଭୋର ଚାରିଟା ରୁ ହାତୀପଲ ପଶି କ୍ଷୟ କ୍ଷତି କରିଥିବା ସହ ବିଭିନ୍ନ ପ୍ରକାର ପନି ପରିବା ପତ୍ର ନଷ୍ଟ କରିଥିବା ଜଣାପଡିଛି । ଜଙ୍ଗଲ ବିଭାଗର ଅପାରଗତା ପାଇଁ କଷ୍ଟ ଭୋଗୁଛନ୍ତି ନିରୀହ ଏବଂ ଅସହାୟ ଗ୍ରାମବାସୀ । ହାତୀକୁ ମାରିଲେ ଜଙ୍ଗଲ ବିଭାଗ ଏତଲା ଦେବେ ମାତ୍ର ହାତୀ ଜୀବନ କି ଫସଲ ନଷ୍ଟ କଲେ କୌଣସି ପ୍ରତିକାର ନାହିଁ । ଆଜି ଭୋର ଚାରିଟା ସମୟରେ ଦିଗପହଣ୍ଡି ବ୍ଲକର କୋଟିନଡ଼ା ଗ୍ରାମରେ ହାତୀ ପଲ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି । ଗ୍ରାମର ଜଣେ ଚାଷୀ ମଙ୍ଗୁଳୁ ସ୍ବାଇଁଙ୍କ ବିଲରେ ହାତୀ ପଶି ବ୍ୟାପକ କ୍ଷତି କରିବା ସହ ନିକଟସ୍ଥ ଧାନ ଖଳାରେ ମଧ୍ୟ ବ୍ୟାପକ ଧାନ ଗଦା ନଷ୍ଟ କରିଥିବା ଜଣାପଡିଛି । ଟଙ୍କା କରଜ କରି ଫସଲ କରିଥିବା ମଙ୍ଗୁଳୁ ସ୍ବାଇଁଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ବେଳେ ସେ ଆକୁଳ ହୋଇ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଏହି ସମ୍ପର୍କରେ ସରପଞ୍ଚ ପତିନିଧି ଉମାକାନ୍ତ ବିଶୋୟୀ କହିଛନ୍ତି ପଞ୍ଚାୟତ ତରଫରୁ ଅଭିଯୋଗ ଦେବା ପାଇଁ ଆମେ ଚେଷ୍ଟା କରିବୁ । ମାତ୍ର ଜଙ୍ଗଲ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିନଥିବା ଜଣାପଡିଛି ।

Leave A Reply

Your email address will not be published.