ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ।

0 345

ପଦ୍ମପୁର,(ପିପିଟି ନ୍ଯୁଜ୍)୬/୪-ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣ ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପଦ୍ମପୁର ସହର ସ୍ବସ୍ତିକ ନଗର ରଜାପଡାର ଦ୍ବାରିକାନାଥ ପାଣ୍ତେ(୭୫), ପୁଅ ମଲେଇ ପାଣ୍ତେ(୪୫), ନିତି ଚିଣ୍ଟୁ ପାଣ୍ତେ(୭) ଏବଂ ବାଜେନମୁଣ୍ତା ଗ୍ରାମର ସେମାନଙ୍କ ସାଗର ସାହୁ( ୫୦) । ମୃତକ ମାନେ ହୋଇଥିବା ବେଳେ ୨ ପଟ ହାତୀ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।  ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ଥିଲା। ଖବର ପାଇ ପଦ୍ମପୁର ବନ ବିଭାଗ ଓ ପଦ୍ମପୁର ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ଯାଇ ପହଞ୍ଚିଛନ୍ତି। ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।  ଘଟଣା ଟି ପଦ୍ମପୁର ସହର ପାଖରେ ହାତୀ ଉପଦ୍ରବ ନ ହୋଇଥିବା ବେଳେ ହଠାତ୍ ଏଥର  ହାତୀ ସହର ପାଖକୁ ଆସି ଏପରି ଘଟଣା ହୋଇଥିବା ବହୁ ଆଶ୍ଚର୍ଯ୍ୟ ର କଥା   ହୋଇ ପଡିଛି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.