ହାଇୱା ଧକ୍କାରେ ବୃଦ୍ଧ ଗୁରୁତର ।

0 258

ଭଞ୍ଜନଗର,୧୬/୧୦(ପିପିଟି): ସ୍ଥାନୀୟ ବଡ଼କୋଦଣ୍ଡା ଛକ ନିକଟରେ ସଡକ ଦୁର୍ଘଟଣାରେ ଖାଲାସୀ ସାହିର ବିଶ୍ୱ ରଞ୍ଜନ ପଣ୍ଡା (୬୨) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେ ଭଞ୍ଜନଗରରୁ ଅଗଝୋଳ ଗ୍ରାମ ଅଭିମୁଖେ ନିଜ ନାତୁଣୀ ସହ ସ୍କୁଟିରେ ଯାଉଥିବା ବେଳେ ଏକ ହାଇୱା ଟ୍ରକ ସହ ଧକ୍କା ହୋଇଥିଲା। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବିଶ୍ୱ ରଞ୍ଜନଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ନାତୁଣୀ ଏହି ଦୁର୍ଘଟଣାରେ ବର୍ତ୍ତି ଯାଇଛନ୍ତି।ମେଡ଼ିକାଲରେ ଚିକିତ୍ସା ପରେ ବିଶ୍ୱରଞ୍ଜନ ସୁସ୍ଥ ଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.