ଭଞ୍ଜନଗର,୦୮/୦୮(ପିପିଟି):ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ଦ୍ୱାରା ଦେଶ ବ୍ୟାପି ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି। ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ସ୍ଥିର କରିଛନ୍ତି। ଏଥି ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଭଞ୍ଜନଗର ମୁଖ୍ୟ ଡାକଘର ତରଫରୁ ପ୍ରଭାତ ଫେରି ପୋଷ୍ଟ ମାଷ୍ଟରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ଡାକବିଭାଗ କର୍ମଚାରୀ ମାନେ ସହର ପରିକ୍ରମା କରି ଷ୍ଟେଟ ବ୍ୟାଙ୍କ ଛକରେ ସମାପ୍ତ କରିଥିଲେ। ଏଥିରେ ସୂର୍ଯ୍ୟ ନାରାୟଣ ଦାସ,ରବୀନ୍ଦ୍ର ନାଥ ବିଷୋୟୀ,ଲୋକନାଥ ଗୌଡ଼, ଶମ୍ଭୁନାଥ ତ୍ରିପାଠୀ, ରମାକାନ୍ତ ଶତପଥି,ହରୀକୃଷ୍ଣ ସାହୁ,ଗଣେଶ ସ୍ୱାଇଁ, ସୁମନ ସଙ୍ଗୀତ ପଟ୍ଟନାୟକ, ଦେବୀ ପ୍ରସାଦ ପଣ୍ଡା,ଶଙ୍କର ଗୌଡ଼,କାର୍ତ୍ତିକେଶ୍ୱର ମଙ୍ଗରାଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )