ହଜିବାକୁ ବସିଲାଣି ପାରମ୍ପାରିକ ନୃତ୍ୟକଳା ବାଘ ନାଚ।

0 283

ବୋଲଗଡ଼,୨୧/୦୭(ପିପିଟି):ସମୟ ଥିଲା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅବା ବିଭିନ୍ନ ପର୍ବପର୍ବାଣୀ ରେ ଦେଖିବାକୁ ମିଳୁଥିଲା ବାଘ ନାଚ। କିନ୍ତୁ ସମୟ ବଦଳିବା ସହ ଆଧୁନିକ ଯୁଗରେ ସେହି ପୂରାତନ କଳା ଐତିହ୍ୟ ହଜିବାକୁ ବସିଲାଣି। ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁନାହିଁ ବାଘ ନାଚ। ବାଦ୍ୟର ତାଳେ ତାଳେ ଏହି ବାଘ ନାଚ ପ୍ରଦର୍ଶିତ ହେଉଥିଲା। ସେହି ବାଘନାଚର ଦୃଶ୍ୟ ଥିଲା ନିଆରା। ବର୍ତ୍ତମାନ ଆଧୁନିକ ଯୁଗରେ ଡିଜେର ବ୍ୟବହାର ହେବା ଫଳରେ ଏହି ଲୋକ କଳା ହଜିବାକୁ ବସିଲାଣି। ଏହି ଲୋକ କଳା ମଧ୍ୟରୁ ଏହି ବାଘ ନାଚ ସତେ ଯେମିତି ଲୋକ ଲୋଚନରୁ ଦୁରେଇବାକୁ ବସିଛି। ନଚେତ୍ ଆଗାମୀ ପିଢି ପାଇଁ ଏହି ଲୋକ କଳା ବାଘ ନାଚ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଏହି ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଲୋକ ସଚେତନତା ନିତ୍ୟାନ୍ତ ଜରୁରୀ ଅଟେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.