ବୋଲଗଡ଼,୦୬/୦୭(ପିପିଟି):ଓଡ଼ିଶାର ସଂସ୍କୃତି ଓ ଲୋକ କଳା ମଧ୍ୟରୁ କେନ୍ଦରା ବାଦ୍ୟ ବହୁପୁରୁଣା ଅଟେ। ଏହି କେନ୍ଦରାବାଦ୍ୟ ବାଉଁଶ, ସଢେଇ ଓ ଘୋଡା ଲାଞ୍ଜର ଚୁଟିରୁ ତିଆରି କରାଯାଇଥାଏ। ସେହି ବାଦ୍ୟଯନ୍ତ୍ର କୁ ଧରି ଯୋଗୀ ସମ୍ପ୍ରଦାୟର ବ୍ୟକ୍ତି ମାନେ ଗାଁ ଦାଣ୍ଡରେ ବୁଲି ବୁଲି ଗୀତ ଗାଇଧର୍ମ ଭିକ୍ଷା କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଗାଁ ଗହଳିର ଦାଣ୍ଡରେ ସୁଭୁନି କେନ୍ଦରାବାଦ୍ୟ ଓ ତାର ସ୍ୱର ସମୟଥିଲା କେନ୍ଦରା ବାଦ୍ୟର ତାଳେ ତାଳେ ଗୀତ ଗାଇ ଗାଁ ଦାଣ୍ଡରେ ବୁଲି ବୁଲି ଧର୍ମ ଭିକ୍ଷା କରୁଥିଲେ ଯୋଗୀ ସମ୍ପ୍ରଦାୟର ବ୍ୟକ୍ତି ମାନେ। ଯୋଗୀ ମାନଙ୍କର କେନ୍ଦରା ବାଦ୍ୟ ତାଳେ ତାଳେ ଓ ଗାଉଥିବା ଗୀତ ସମସ୍ତ ହୃଦୟ କୁ ସ୍ପର୍ଶକରୁଥିଲା। ଯେଉଁ ଗୀତରେ ଥିଲା ଶିକ୍ଷଣୀୟ,କିମ୍ବଦନ୍ତୀ, ଇଶ୍ୱରଙ୍କ ସମ୍ବନ୍ଧୀୟ।ଯାହାକି ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିଲା। କିନ୍ତୁ ଆଜିର ଆଧୁନିକ ଯୁଗରେ ଆଧୁନିକ ବାଦ୍ୟ ଯନ୍ତ୍ରକୁ ଆଦରି ନେଉଥିବା ବେଳେ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଅଲୋଡ଼ା ହୋଇ ଯାଇଛି। ବର୍ତ୍ତମାନ ସମୟରେ କାଁ ଭାଁ କେଦାର ବାଦ୍ୟ ତାର ସ୍ୱର ସୁଣିବାକୁ ମିଳୁଛି। ସତେ ଯେମିତି ଆଧୁନିକ ବାଦ୍ୟ ଯନ୍ତ୍ର ଆଗରେ ଫିକା ପଡିଯାଇଛି। ଏହି କେନ୍ଦରା ବାଦ୍ୟ ବହୁ ପ୍ରାଚୀନ ଏବଂ ହିନ୍ଦୁ ସଂସ୍କୃତିର ପ୍ରମୁଖ ବାଦ୍ୟ ଅଟେ। ଏହି କେନ୍ଦରା ବାଦ୍ୟ ଯନ୍ତ୍ର କୁ ବଜାଇ ରଖିବା ପାଇଁ ହେଲେ ଜନସଚେତନତା ନିତ୍ୟାନ୍ତ ଆବଶ୍ୟକ। ଏବଂ ହଜିଯାଉଥିବା ପରମ୍ପରାକୁ ବଞ୍ଚାଇରଖିବା ନିହାତି ଜରୁରୀ ଅଟେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)