ସଡ଼କ ଦୁର୍ଘଟଣାରେ ବାପ ମୃତ; ପୁଅ ଗୁରୁତର ।

0 147

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୪/୦୪-କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟର ଗୁରୁବାର  ଦିନ ପ୍ରାୟ ଏଗାରଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେଇଥିବାବେଳେ ପୁଅ ଗୁୁରୁତର ହେଇଥିବା ଜଣାଯାଇଛି । ସୂଚନା ମୁତାବକ ମ.ରାମପୁର ମାଛିବନ୍ଧ ପଡ଼ାର ସଚିନ କାଲସାଏ ନିଜ ପୁଅ ପାଞ୍ଚ ବର୍ଷ ପୁଅ ବାବୁସାନ କାଲସାଏ ଙ୍କ ସହିତ(ଓଡ଼ି୦୮କେ୮୩୬୬)ନମ୍ବର ବାଇକରେ ମ.ରାମପୁରପଟରୁ ତୁଜୁଙ୍ଗ ରାସ୍ତାରେ ଯାଉଥିବାବେଳେ ଭାରସାମ୍ୟ ହରାଇ ସଡ଼କ କଡ଼ର ଏକ ଗଛରେ ବାଇକ ଧକ୍କା ହେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ସଚିନଙ୍କ ମୁଣ୍ଡରେ ପ୍ରଚୁର ରକ୍ତସ୍ରାବ ହେଇ ମୃତ୍ୟୁ ଘଟିଥିଲା ଆହତ ପୁତ୍ର ବାବୁସାନଙ୍କୁ ତୁଜୁଙ୍ଗ ଗ୍ରାମର ବୃନ୍ଦାବନ ନାଗ ନିଜ ବାଇକରେ ମ.ରାମପୁର ଡ଼ାକ୍ତରଖାନାକୁ ଆଣି ଭର୍ତ୍ତି କରିଥିବାବେଳେ ଶିଶୁଟିର ଅବସ୍ଥା ଗୁରୁତର ଥିବା କାରଣରୁ ତାକୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ମ.ରାମପୁର ପୋଲିସ ତରଫରୁ ଥାନା ଅଧିକାରୀ ଗୋବିନ୍ଦ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ରିପୋର୍ଟ – ଭିଷ୍ମ ସାହୁ

Leave A Reply

Your email address will not be published.