ଶେରଗଡ,୧୧/୧୦(ପିପିଟି); ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗାଁ ରେ ପଞ୍ଚାୟତ ଅଫିସକୁ ଲାଗି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଥିଲା ବେଳେ ତାହା ଏବେ ପଞ୍ଚାୟତ ର ଗୋଦାମ ଗୃହ ପାଳିଟିଛି ଲୋକଙ୍କ ସ୍ୱାର୍ଥ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୦୬/୦୩/୨୦୧୩ ମସିହା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ କିନ୍ତୁ ତାହା ଏବେ ଗୋଦାମ ଗୃହ,ଷ୍ଟୋର ରୁମ ପାଳିଟିଛି। ଓ ନାମ ଫଳକକୁ ହଟେଇ ଦିଆ ଯାଇଛି। ଗ୍ରାମ ବାସୀଙ୍କ ଅଭିଯୋଗ ମୁତାବକ ଦିଦି ସବୁ ଦିନ ଉପସ୍ଥିତ ରାହୁନାହାଁନ୍ତି ଛୁଆଙ୍କୁ ଟୀକା ଦିଆ ଗଲା ଦିନ ହିଁ ଉପସ୍ଥିତ ରହୁଛନ୍ତି, ଆମ ପ୍ରତିନିଧି ଦାୟିତ୍ୱ ରେ ଥିବା ଏ.ଏନ. ଏମ. ଦିଦିଙ୍କୁ ଯୋଗାଯୋଗ କରିଥିଲେ। ଏ.ଏନ.ଏମ. ଙ୍କ ଉତ୍ତର ଥିଲା ଘରର ପଛ ପଟ ଡୋର ନାହିଁ, ପଙ୍ଖା ନାହିଁ ଆମକୁ ଘର ହସ୍ତାନ୍ତର କରାଯାଇ ନାହିଁ ସାମଗ୍ରୀ ଚୋରି ହୋଇ ଯାଇଛି, ପଞ୍ଚାୟତ ଆସୁଥିବା ଚାଉଳ ଓ ଡାଲି ସେଠି ରହୁଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୩ ହଜାର ପରିବାର ନିର୍ଭର କରୁଥିବା ବେଳେ ତାହା ଗୋଦାମ ଗୃହ ପାଲଟିଛି। ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ସ୍ୱାସ୍ଥ୍ୟ ସେବା ଏମିତି ହୁଏ ଅନ୍ୟ ସ୍ଥାନ ରେ ସ୍ୱାସ୍ଥ୍ୟ ସେବା କେମିତି ତାହା ଜ୍ଵଳ ଜ୍ଵଳ ହୋଇ ଦେଖା ଯାଉଥିବ। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କାରିବାକୁ ଲୋକଙ୍କ ଦାବି ଉଠୁଛି।
(ରିପୋର୍ଟ- ଭିକୁ ନାୟକ ।)