ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ଅଭାବ, ରୋଗୀ ମାନେ ହନ୍ତସନ୍ତ ।

0 1,618

ସାନଖେମୁଣ୍ଡି,୨୫/୦୮(ପିପିଟି); ଏବେ ଦିନ କୁ ଶହ ଶହ ଲୋକ କରୋନା ରେ ଆକ୍ରାନ୍ତ ହେଉଛନ୍ତି ଏବଂ ଦିନ କୁ ଶହ ଶହ ଲୋକ ରୋଗ ମୁକ୍ତ ବି ହେଉଛନ୍ତି । ଡାକ୍ତର ମାନଙ୍କ ଉଚିତ ଚିକିତ୍ସାରେ ଲୋକ ମାନେ ସୁସ୍ଥ ହୋଇ ଶାନ୍ତିରେ ଜୀବନ ଯାପନ କରୁଛନ୍ତି । ମହାମାରୀ କରୋନା ସମୟରେ ଡାକ୍ତର ମାନଙ୍କ ଭୂମିକା ବେସ୍ ଗୁରୁତ୍ୱ ଭୂମିକା ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଗ୍ରାମର ଲୋକେ ପାଟପୁର ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର ଥାନ୍ତି । ହେଲେ ସେଠି ଦୀର୍ଘ ବର୍ଷ ହେବ କେହି ଡାକ୍ତର ନଥିବା ଶୁଣିବାକୁ ମିଳୁଛି । ଯାହା ଦ୍ୱାରା ରୋଗୀ ହନ୍ତସନ୍ତ ହେଉଛନ୍ତି । ଆଜି ଏକ ବୃଦ୍ଧ ବ୍ୟକ୍ତିଙ୍କର ମୁଣ୍ଡରେ ଆଘାତ ଲାଗି ମୁଣ୍ଡରୁ ରକ୍ତ ବାହାରିଥିଲା । ସେ ସଙ୍ଗେ ସଙ୍ଗେ ସମର୍କୀୟ ଲୋକଙ୍କ ସହିତ ମେଡ଼ିକାଲ କୁ ଆସିଥିଲେ । ହେଲେ ମେଡିକାଲରେ କେହିବି ଡାକ୍ତର କିମ୍ବା କୌଣସି ହସ୍ପିଟାଲର ଷ୍ଟାପ୍ ନଥିଲେ । ବୃଦ୍ଧ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି । ଅତି ସୁନ୍ଦର ଚାକଚକ୍ୟ ଭାବରେ ମେଡ଼ିକାଲଟି ନିର୍ମିତ ହୋଇଛି ହେଲେ କାହାପାଇଁ ଯଦି ସେଠି କୌଣସି ରୋଗୀଙ୍କର ଚିକିତ୍ସା ହୋଇପାରୁନାହିଁ ତେବେ ଏ ମେଡ଼ିକାଲ ସରକାର କାହାପାଇଁ ତିଆରି କରିଛନ୍ତି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ବାଚି଼ ସୃଷ୍ଟି କରିଛି । ଡାକ୍ତର ଏବଂ ଫାର୍ମାସିଷ୍ଟ ପଦବୀ ପୁରଣ କରି ନିରୀହଜନତାଙ୍କ ଜୀବନ ରକ୍ଷା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.