ବେଲଗୁଣ୍ଠା,୨୮/୦୮(ପିପିଟି): ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନନ୍ଦ ଉତ୍ସଵ ଧୁମ ଧାମ ରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ସଂପାଦକ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ। ରାଧା, କୃଷ୍ଣ ବେଶ ଧାରଣ କରି ଥିବା କୁନି କୁନି ଛାତ୍ର,ଛାତ୍ରୀଙ୍କ ମଧ୍ୟରେ ଏକପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଉଚ୍ଚ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଆଧ୍ୟାତ୍ମିକ ଭଜନ ଗାଈ ପରିବେଶ କୁ ଅତି ମନୋରମ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଏହି ଦିନ ପାଳନ କରାଯିବାର ମହତ୍ତ୍ୱ ବିଷୟରେ ଶିଶୁମାନଙ୍କୁ ବୁଝାଇଥିଲେ। ପ୍ରଥମେ ବେଶ ପରିଧାନ କରି ଥିବା ଶିଶୁ ମାନେ ଗ୍ରାମର ମନ୍ଦିର ପରିଭ୍ରମଣ କରି ବୌଦ୍ଧିକ ମଣ୍ଡପ ଠାରେ ନିଜର ପିତା ମାତାଙ୍କ ଦ୍ୱରା ପାଇଥିବା ଆଧ୍ୟାତ୍ମିକ ଭାବନାକୁ ପ୍ରକାଶ କରିଥିଲେ। ଅନୁଷ୍ଠାନର ଶୁଭଶ୍ରୀ, ରଶ୍ମିତା, ସ୍ଵେତ୍ତା, ସୌଭାଗ୍ୟ , ସୁଲୋଚନା, ଇପ୍ସିତା, ରୁବି ଗୁରୁମା ଏବଂ ସୁକାନ୍ତ, ଶିବରାମ, ସତ୍ୟ, ସୁଶାନ୍ତ, ସୋଭେନ୍ଦ୍ର, ବସନ୍ତ, ସୂର୍ଯୟନାରାୟଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )