ସ୍ୱାମୀ ଅନୁପସ୍ଥିତିରେ ସ୍ତ୍ରୀକୁ ଅସଦାଚରଣ ଓ ମାଡ ।

0 125

ଜଗତସିଂହପୁର,୦୪/୦୯(ପିପିଟି); ଜଗତସିଂହପୁର ଅଞ୍ଚଳରେ ଦିନକୁ ଦିନ ଗୁଣ୍ଡାଗର୍ଦ୍ଦି ବଢୁଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଜଗତସିଂହପୁରର ମାର୍କଣ୍ଡପୁର ଗ୍ରାମରେ ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ମାର୍କଣ୍ଡପୁର ଗ୍ରାମର କାଳନ୍ଦୀ ସିଂହ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କର ପତ୍ନୀ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଦୁଇଜଣ ଯୁବକ ସ୍ୱାମୀକୁ ଖୋଜିବା ବାହାନା କରି କବାଟ ବାଡେଇଥିଲେ। ତାଙ୍କର ପତ୍ନୀ କବାଟ ଖୋଲିବା ମାତ୍ରେ ତାଙ୍କୁ ମାଡିବସି ଅସଦାଚରଣ କରିବା ସହ ତାଙ୍କୁ ମାଡମାରୁଥିବା ବେଳେ ସେ ଚିତ୍କାର କରିବାରୁ ଉକ୍ତ ଦୁଇ ଯୁବକ ଦୌଡ଼ି ପଳାଇଥିଲେ। ସ୍ୱାମୀ ଘରକୁ ଫେରିବା ପରେ ଆହତ ପତ୍ନୀଙ୍କୁ ନେଇ ଚିକିତ୍ସା କରିବା ସହିତ ଜଗତସିଂହପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏମିତିକି ଉକ୍ତ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଖୋଲାଖୋଲି ଭାବେ ଅଭିଯୁକ୍ତ ମାନେ ବାହାରେ ଘୁରିବୁଲିବା ସହିତ ଉକ୍ତ ପତି ପତ୍ନୀଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ସେ ପ୍ରକାଶ କରିଛନ୍ତି। ରିପୋର୍ଟ – ପ୍ରତାପ କୁମାର ସିଂହ ।

Leave A Reply

Your email address will not be published.