ବୋଲଗଡ଼,୧୯/୦୯(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳର ଦିବ୍ୟସିଁହ ସାସନ ଗ୍ରାମର ସୁନାମଧନ୍ୟ ବ୍ୟକ୍ତି ସହୃଦୟ ,କଟକ ବଡ ମେଡିକାଲରେ ଶିଶୁ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିଲେ। ସିଏ ବହୁଅନୁଷ୍ଠାନ ତରଫରୁ ସନ୍ମାନୀତ ହୋଇଥିଲେ। ଡ.ଗଦାଧର ଷଡଙ୍ଗୀ ବୋଲଗଡ ଅଞ୍ଚଳ ପାଇଁ ଏକସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାପାଇଁ ତାଙ୍କର ମୂଳଲକ୍ଷ୍ୟ ଥିଲା। ସେହି ପରିପ୍ରେକ୍ଷୀରେ ବୋଲଗଡ଼ ଆସି ମିଟିଙ୍ଗ୍ କରି ଫେରିବାଦିନ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଗତ ୦୮ତାରିଖରେ ବାସ୍ତରୀ ବର୍ଷ ବୟଷ ରେ ସେ ଦେହତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ହେବାଫଳରେ ବୋଲଗଡ଼ ଅଞ୍ଚଳ ରେ ବହୁତ କ୍ଷ୍ୟତିଘଟିଲା। ସେ ଆମ ଅଞ୍ଚଳର ବହୁ ଅନୁଷ୍ଠାନ କାର୍ୟ୍ୟକ୍ରମ ରେ ସହଯୋଗର ହାତବଢାଇଛନ୍ତି ଏହି ଅଞ୍ଚଳର ସେଜଣେ ଜଣାଶୁଣା ସୁନାମ ଧନ୍ୟ ବ୍ୟକ୍ତିଥିଲେ।ତତ୍ ସହିତ ଆଧ୍ୟାତ୍ମିକ ବାଦୀ ଥିଲେ, ଗରିବ ଲୋକଙ୍କ ପାଇଁ ବିପଦ ସମୟରେ ଅଣ୍ଟା ଭିଡ଼ି ଠିଆ ହେଉଥିଲେ ଓ ସାହାଯ୍ୟ ସହଯୋଗ ମଧ୍ୟ କରୁଥିଲେ। ଆଜି ତାଙ୍କ ଉଦେଶ୍ୟ ସୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜସେବୀ ଆର୍ତବନ୍ଧୁ ପ୍ରଧାନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଏ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ଷଡଙ୍ଗୀଙ୍କର ସ୍ମୃତି ଚାରଣ କରି ଥିଲେ। ତାଙ୍କର ଆତ୍ମାସଦ୍ ଗତି ଲାଭ କରୁ ଭଗବାନଙ୍କ ନିକଟରେ ପାର୍ଥନା କରାଯାଇଥିଲା।
(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ। )