ସ୍ୱତନ୍ତ୍ର ମହାବିଦ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା ।

0 246

କୋଦଳା,୧୮/୦୯(ପିପିଟି): ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା ଆଇଏସ ଉପେନ୍ଦ୍ର କୁମାର ମିଶ୍ର, ଗଞ୍ଜାମ ଶିକ୍ଷଧିକାରୀ ବନିତା ସେନାପତି ଓ ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର ପ୍ରମୁଖ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଗସ୍ତ କରି କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ, ମାଣିକେଶ୍ବର ବିଦ୍ୟାପୀଠ ଫାସି, ସରକାରୀ ପ୍ରାଥମିକ ବିଦ୍ୟାଳୟ ଲାଠୁଳି ପରିଦର୍ଶନ କରିବା ସହିତ ଅପରାହ୍ନ ରେ ଦକ୍ଷିଣ ଓଡିଶାର ଏକମାତ୍ର ସ୍ୱତନ୍ତ୍ର ଶିକ୍ଷକ ମହାବିଦ୍ୟାଳୟ (ସ୍ୱତନ୍ତ୍ର ବି. ଏଡ଼ କଲେଜ )ସମେତ ଏଠିକାର ମାନସିକ ଅନଗ୍ରସର ନିମନ୍ତେ ପ୍ରତିଷ୍ଠିତ ସ୍ୱତନ୍ତ୍ର ସ୍କୁଲ ପରିଦର୍ଶନ କରିଥିଲେ । ସ୍ୱତନ୍ତ୍ର କଲେଜର ପାଠାଗାର, ଶ୍ରେଣୀଗୃହ, ଉପଚାର କକ୍ଷ୍ୟ, ମନୋବିଜ୍ଞାନ ଲାବ, କମ୍ପ୍ୟୁଟର ଲାବ,ଛାତ୍ରୀନିବାସ, ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହିତ କିଛି ସମୟ ଅତିବାହିତ କରି କରିବା ସହିତ କଲେଜର ଅଧ୍ୟକ୍ଷ ବିଭୁତି ଭୂଷଣ ମହାପାତ୍ର, ଅଧ୍ୟାପକ /ଅଧ୍ୟାପିକା, ଶିକ୍ଷକ /ଶିକ୍ଷୟିତ୍ରୀ ଓ କଲେଜ କର୍ମଚାରୀଙ୍କ ସହିତ ସ୍ୱତନ୍ତ୍ର ଶିକ୍ଷାର ପ୍ରତିଷ୍ଠା ଓ ସ୍ୱୀକୃତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ର ଛାତ୍ରୀ ମନେ ଶ୍ରୀ ମିଶ୍ର ଓ ଅନ୍ୟ ସାଥି ମାନଙ୍କ ସହିତ ନିଜ ଭାଷାରେ ଭାବ ବିନିମୟ କରି ଖୁବ ଆନନ୍ଦ ଉପଲବ୍ଧ କରି ଅନୁଷ୍ଠାନର ସର୍ବୋଚ୍ଚ ଉନ୍ନତି କାମନା ସହିତ ବିଦାୟ ନେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.