ସ୍ୱଚ୍ଛ ଶାନ୍ତ ଓ ଦୁର୍ଘଟଣାମୁକ୍ତ ସହର ଗଢିବାକୁ ଏସପି ନେଲେ ସଂକଳ୍ପ ।

0 234

ଉଲୁଣ୍ଡା,୧୮/୦୩(ପିପିଟି): ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁରର ନୁଆ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କୁ ତାଙ୍କ ସରକାରୀ ବାସଭବନରେ ସ୍ୱାଗତ ଓ ସାକ୍ଷାତ କରାଯାଇଥିଲା । ଏସପି ଶ୍ରୀ ପଣ୍ଡା ଛାତ୍ର ସମୟରୁ ଆଜି ଯାଏ ରକ୍ତଦାନ ଓ ସମାଜ ସେବା କ୍ଷେତ୍ରରେ ନିଜକୁ ସାମିଲ କରି ଥିବାରୁ ସ୍ବେଛାସେବୀ  କର୍ମକର୍ତ୍ତାଙ୍କ ସହିତ ମିଶି ବହୁତ ଖୁସି ହୋଇ ପ୍ରଶଂସା ପୂର୍ବକ ଏହି ମନ୍ଦିର ମାଳିନୀ ସହରରେ ମଧ୍ୟ ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ ହେବା ପାଈଁ ସଂକଳ୍ପ ନେଇଥିଲେ । ରାଜ୍ୟର ଭିଭିନ୍ନ ଜାଗାରେ ବିଭିନ୍ନ  ପଦବୀରେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱରେ ନିର୍ଭିକତାର ସହ କାର୍ଯ୍ୟକରି ଆସି ଥିବା ଶ୍ରୀ ପଣ୍ଡା ବଡ଼ ବଡ଼ ସିଟି ମାନଙ୍କର ଟ୍ରାଫିକ ସମସ୍ୟାର ସୁଧାର ଓ ସୁପରିଚାଳନା ଉପରେ ନିଜର ଅଭିଜ୍ଞତାକୁ ବିସ୍ତାର ଭାବେ ପ୍ରକାଶ କରି ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଖୋଦ ଏସପିଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ସ୍ୱଚ୍ଛ ଭାରତ ଟିମର ସଂଯୋଜନାରେ ବୁଢାରଜା ୟୁଥ କ୍ଲବ, ଗୋପାଳଜୀ ଯୋଗାଳୟ, ସୋନପୁର କଲେଜ ଏନ ସି ସି ଟ୍ରୁପ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର ଯୋଗଦାନରେ ଆସନ୍ତା ୨୦ ତାରିଖ ରବିବାର ଦିନ ସ୍ଥାନୀୟ ବୁଢାରଜା ଛକ ରୁ ବ୍ଲକ ଛକ ଯାଏ ଏକ ପ୍ଲାଷ୍ଟିକମୁକ୍ତ ସଚେତନତା ଅଭିଯାନ ଭଳି ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଵାକୁ ଓ ଏହାକୁ ସହର ତଥା ଜ଼ିଲ୍ଲାରେ ବ୍ୟାପକ କରିବାକୁ ପ୍ରସ୍ତାବ ଦେଇ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱଛତା, ପରିବେଶ, ଟ୍ରାଫିକ ନିୟନ୍ତ୍ରଣ ଓ ମଦୁଆ ଗାଡି ଚାଳକଙ୍କୁ ସୁଧାରିବା ଭଳି ପୋଲିସ, ପରିବହନ ବିଭାଗ କର୍ମଚାରୀ, ସ୍ବେଛାସେବୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସମାଜ ସୁଧାର, ଜନ ସଚେତନତା  କାର୍ଯ୍ୟକ୍ରମ ସବୁ ଆୟୋଜନ ଓ ତାକୁ ସଫଳ କରିବା ପାଇଁ ଶ୍ରୀ ପଣ୍ଡା ସହର ବାସୀଙ୍କ ସହଯୋଗ କାମନା କରିଥିଲେ । ପବ୍ଲିକ ସର୍ଭିସ ପାଈଁ ସରକାର ଆମକୁ ଏଇ ପଦ ପଦବୀ ଦେଇଛି ସେଥିପାଇଁ ସାମାଜିକ କାର୍ଯ୍ୟରେ ଆମେ ସାମିଲ ହେବା ନିହାତି ଜରୁରୀ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରି ଥିଲେ ।ପୋଲିସ ପାଖକୁ ଲୋକେ ଦୁଃଖରେ ନାନା ଅଭିଯୋଗ ଓ ଭରସା ନେଇ ଆସନ୍ତି । ତେଣୁ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ଓ ଉଚିତ ନ୍ୟାୟ ପ୍ରଦାନକରି ମୋ କାର୍ଯ୍ୟକାଳ ଭିତରେ ସ୍ୱଚ୍ଛ ଶାନ୍ତ ଓ ଦୁର୍ଘଟଣା ମୁକ୍ତ ସହର ଓ ଜ଼ିଲ୍ଲା ଗଢିବା କୁ ପ୍ରଚେଷ୍ଟା ଜାରି ରଖିବି ବୋଲି କହିଥିଲେ । ପୂର୍ବରୁ ଜ଼ିଲ୍ଲା ରେ କୌଣସି ଏସପି ଏଭଳି ସାମାଜିକ କ୍ଷେତ୍ରରେ ଓ ଉତ୍ସାହ ନେଇ କାର୍ଯ୍ୟ କରି ନ ଥିବାରୁ ଶ୍ରୀ ପଣ୍ଡାଙ୍କ ଏଭଳି ଅଭିନଵ ଉଦ୍ୟମ ଓ ପ୍ରେରଣାକୁ  ସ୍ୱଚ୍ଛ ଭାରତ କର୍ମକର୍ତ୍ତା  ସାଧୁବାଦ  ଜଣାଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.