ସୁବର୍ଣ୍ଣପୁର,୧୯/୧୨(ପିପିଟି):ଆଜି ସ୍ୱଚ୍ଛଭାରତ ସଂଗଠନ ସୋନପୁର/ମନମୁଣ୍ଡା ପକ୍ଷରୁ ସହିଦ ସେନମୁଖ୍ୟ ବିପିନ ରାୱତ ଓ ସେନା କର୍ମଚାରୀମାନଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ତ୍ରିବେଣୀ ସଙ୍ଗମ ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସାପ୍ତାହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଲକ୍ଷ୍ମୀନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ସମାଜ ସେବୀ ଇନ୍ଦୁମତି ପୁରୋହିତ ଓ ଲଡୁକିଶୋର ମଲ୍ଲିକଙ୍କ ତତ୍ୱବାଧାନରେ ଏହି ଶ୍ରଦ୍ଧାଞ୍ଜଳି ସଭା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ସହିଦ ସେନାମୁଖ୍ୟ ରାୱତ ଓ ସେନା କର୍ମଚାରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ମିଶ୍ର,ପ୍ରମୋଦ ସାହୁ,ଲଡୁକିଶୋର ମଲ୍ଲିକ,ସୀମାଞ୍ଚଳ ହୋତା,ମନୋଜ ପଣ୍ଡା,ତରଣୀ ମେହେର, ପ୍ରଫୁଲ୍ଲ ନାଏକ,ଜୟନ୍ତ ବେହେରା, ତ୍ରିଲୋଚନ ତରିଆ,କୃଷ୍ନା ମେହେର, ରାମକୃଷ୍ଣ ଅଗ୍ରୱାଲଙ୍କ ସମେତ ସଂଗଠନର ଅନ୍ୟ ସମସ୍ତ ସଦସ୍ୟ ସାମିଲ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)