ଧରାକୋଟ,୦୧/୧୦(ପିପିଟି); ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାପାଇଁ ବାନ୍ଧି ହୋଇଥିବା ପବିତ୍ର ବନ୍ଧନ ଡୋରିରେ ଦାଗ। ବଡଗଡ ଥାନା ଅଧିନସ୍ଥ ଓଳମ୍ବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଥିରେ ସ୍ଵାମୀ,ସ୍ତ୍ରୀ ଓ ଦେଢ଼ ଶାଶୁଙ୍କ କଳିରେ ସ୍ଵାମୀ ବଳି ବଳିପଡିଛନ୍ତି। ମୃତକ ଜଣକ ହେଉଛନ୍ତି ପଞ୍ଚା ନାୟକ। ଓଳାମ୍ବା ବାସିନ୍ଦା ଦଣ୍ଡପାଣି ନାୟକ ଙ୍କ ପୁତ୍ର ସନ୍ତାନ ନଥିବାରୁ ସେ ନିଜ ସାନ ଝିଅ କୁନି ନାୟକଙ୍କୁ ନିଜର ଭଣଜା ପାଂଚା ନାୟକଙ୍କ ସହ ଵିଵାହ କରାଇ ଘର ଜ୍ବାଇଁ କରି ରଖିଥିଲେ। ବଡ଼ ଝିଅ ଅବିବାହିତା ବୈଜୟନ୍ତୀ ନାୟକ ଏହି ପରିବାରର ପଡୋଶୀ ହୋଇ ରହୁଥିଲେ। ପଞ୍ଚ ନାୟକଙ୍କ ଦେଢ଼ ବର୍ଷର ଏକ କନ୍ୟା ସନ୍ତାନ ଟିଏ ମଧ୍ୟ ରହିଛି। ସୂଚନା ଅନୁଯାୟୀ ପଞ୍ଚା ନାୟକ ପ୍ରତିଦିନ ମଦ ପିଇ ଆସି ଘରେ ଗଣ୍ଡଗୋଳ କରୁଥିଲେ। ଆଜି ସକାଳେ ସେ ମଦ ପିଇ ଆସି ଘରେ ଗଣ୍ଡଗୋଳ କରିବା ସହିତ ନିଜ ସ୍ତ୍ରୀ ଙ୍କୁ ମାରି ନିଜର ଦେଢ଼ ଶାଶୁଙ୍କୁ ବିବାହ କରିବି ବୋଲି ଧମକ ଦେଇ କାତିରେ ହାଣିବ ପାଇଁ ଆକ୍ରମଣ କରିଥିଲା।ଫଳତଃ ସ୍ଵାମୀ ଏବଂ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ହୋଇଥିଲ। ଏଥିରେ ସ୍ଵାମୀ ପାଞ୍ଚ ନାୟକଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇ ଭଉଣୀ ଆହତ ହୋଇ ଗୃହରେ ପଡିରହିଥିବା ସମୟରେ ବଡଗଡ ଥାନାଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଏସଆଇ ଦେବଦତ ପ୍ରିୟଦର୍ଶୀ ସଦଳ ବଳେ ଘଟଣା ସ୍ଥଳରେ ପହଁଚି ଆହତ ଦୁଇ ଭଉଣୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ପଠାଯାଇଛି ଏବଂ ଖବର ସଂଗ୍ରହ ସୁଦ୍ଧା ମୃତ ପାଞ୍ଚଙ୍କ ଶବ ଘର ସମ୍ମୁଖରେ ପଡିରହିଛି। ମୃତକଙ୍କ ବାମ ହାତରେ ଏକ କାତି ଥିବା ଦେଖିବାକୁ ମିଳିଛି। (ରିପୋର୍ଟ – ଭିକୁ ନାୟକ ।)