ସ୍ଵାଧୀନତା ଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ତରଫରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମାସ୍କ୍ ଓ ସାନିଟାଇଜର ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 2,471

ବ୍ରହ୍ମପୁର,୧୫/୦୮(ପିପିଟି); ଆଜି ହେଉଛି ପବିତ୍ର ସ୍ୱାଧୀନତା ଦିବସ । ଆଜିର ଦିନରେ ଭାରତ ବର୍ଷର ସମସ୍ତ ଜନ ସାଧାରଣ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ହେଲେ କରୋନା ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ଫିକା ଫିକା ଲାଗୁଛି । ଦୀର୍ଘ ଦେଢ଼ ବର୍ଷ ହେଲା ମହାମାରୀ କରୋନା ଆମ ଦେଶକୁ କବଳିତ କରି ରଖିଛି । ଜନ ସାଧାରଣ ମାନେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ କରୋନାର ତୃତୀୟ ଲହର ଆସିବାର ସଙ୍କେତ ମଧ୍ୟ ବିଶେଷଜ୍ଞ ମାନଙ୍କ ଠାରୁ ମିଳି ସାରିଛି । ଏହାକୁ ନଜରରେ ରଖି ଆଜିର ପବିତ୍ର ଦିନରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ତରଫରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଯଥା ବାଲିପଡା , ସାନ କୁମ୍ଭଝରି , ବଡ କୁମ୍ଭଝରି , ବାଇଗଣ ବାଡି , କାଳୁଆ ଛକ , ପାଣ୍ଡିଆ ଝୁଳୀ , ଟିକର ପଡ଼ା ଗ୍ରାମରେ ମାସ୍କ , ସାନିଟାଇଜର ବଣ୍ଟନ କରିବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଠାରୁ ସାଧାରଣ ଜନତା କିଭଳି ନିଜକୁ ରକ୍ଷା କରିପାରିବେ ତାହା ସଚେତନତା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ର ଯୁବ ପ୍ରତିଭା ନେତା ପିଣ୍ଟୁ ପ୍ରଧାନ , ଯୁବ ନେତା ଅଜୟ କୁମାର ବେହେରା , ସନ୍ତୋଷ କୁମାର ଗୌଡ଼ , ପିଣ୍ଟୁ ଗୌଡ଼ , ସଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକ ମାନଙ୍କୁ ସଚେତନତା କରାଇଥିଲେ । ଗ୍ରାମର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ସାଧୁବାଦ୍ ଦେଇଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.