ସ୍ବେଛାସେବୀ ଙ୍କ ତରଫରୁ ବ୍ଳକ ଟପ୍ପର ଛାତ୍ର ଜୀବନ ଙ୍କୁ ସମ୍ବର୍ଦ୍ଧିତ ।

0 331

ପୋଲସରା ,୧୫୵୦୬(ପିପିଟି):  ଚଳିତ ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଅନୁସାରେ ଗଂଜାମ ଜିଲ୍ଲା ପୋଲସରା ବ୍ଳକର, କଳମ୍ବ ଗ୍ରାମ ପଞ୍ଚାୟତ, ଡିହସାହି ବାସିନ୍ଦା ସୁଶାନ୍ତ  ପ୍ରଧାନ ଙ୍କ ସୁପୁତ୍ର  ଜୀବନ କୁମାର ପ୍ରଧାନ ମୋଟ ୫୦୦ ରୁ ୪୭୯ ଏ ଗ୍ରେଡ ମାର୍କ ରଖି ସମଗ୍ର ଗ୍ରାମ ସହିତ ପୋଲସରା ବ୍ଳକରେ ସୁନାମ ଅର୍ଜନ କରିଛନ୍ତି, ସେ ଗତ ୨୦୨୨-୨୩ ଶିକ୍ଷା ବର୍ଷରେ ଜବାହର ନବୋଦୟ ବିଦ୍ୟାଳୟ, ସୁରଙ୍ଗୀ, ଗଞ୍ଜାମ ସ୍ଥିତ ପ୍ରତିଷ୍ଠିତ ଶିକ୍ଷା କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିଥିବା ଜୀବନ କୁମାର ପ୍ରଧାନ ଏକକ କୃତିତ୍ୱ ହାସଲ ଯୋଗୁଁ ସମଗ୍ର ପୋଲସରା ବ୍ଳକ ରେ ସୁନାମ ଅର୍ଜନ ହୋଇଥିବା କୁ ନେଇ ଆଜି ପୋଲସରା ବ୍ଳକର, କଳମ୍ବ ଗ୍ରାମର ( ଅଧ୍ୟାପକ ମନୋଜ ସାହୁ ,)ଙ୍କ ଉପସ୍ଥିତି ରେ ସନ୍ତୋଷ କୁମାର ସାହୁ , ଶଙ୍କରର୍ଷଣ ପ୍ରଧାନ, ନାରାୟଣ ସାହୁ, ଅଜୟ ସାହୁ ,ଲିପୁ ନାହାକ ,କଳମ୍ବ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୁବ ସ୍ଵେଚ୍ଛାସେବୀମାନେ ମିଳିତ ଭାବେ ଜୀବନ ଙ୍କ ବାସଗୃହ ଯାଇ ଜେଜେବାପା,ବଡ଼ ବାପା, ବଡ଼ ମା, ମା ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ଉତ୍ତୋରିଅ ରେ ସମ୍ବର୍ଦ୍ଧତ କରିବା ସହ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଫୋଟ ଚିତ୍ର ପ୍ରଦାନ କରିଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ଵେଚ୍ଛାସେବୀ ମାନଙ୍କ ଏ ଉତ୍ସାହ ଏବଂ ପ୍ରେରଣା ଦାୟୀ କାର୍ଯ୍ୟର ଭୁରି ଭୁରି ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ଡାକ୍ତରୀ ପାଠ ପଢି ରୋଗୀ ସେବାରେ ବ୍ରତୀ ହେବା ସହିତ ପିତା ମାତା ଗୁରୁ ଓ ଗୁରୁଜନ ସହିତ ପ୍ରାଇମେରୀ ଶିକ୍ଷା ଦିବ୍ୟ ଦର୍ଶନ ଶିଶୁମନ୍ଦିର ଗୁରୁଜୀ ଗୁରୁମା ଓ ବୀଣାପାଣି ହାଇଟେକ ଷ୍ଟଡି ସେଣ୍ଟର କଳମ୍ବ ଗ୍ରାମ ର ସମସ୍ତ ଶିକ୍ଷକ ପ୍ରେରଣା ଦେଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଯୋଗ କ୍ଷେତ୍ରରେ ବିଦ୍ୟାଳୟ ତରଫରୁ ବିହାର ରାଜ୍ୟରେ ପୁରସ୍କୃତ ହୋଇଥିବା କହିଛନ୍ତି ।

ରିପୋଟର -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.