ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୩/୦୫ , ସାରାବିଶ୍ୱ ଏବେ କରୋନା ସଂକ୍ରମଣ ଯୋଗୁଁ ଲକ୍ ଡାଉନ ଥିବାବେଳେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ।ଯାହା ଫଳରେ କୁନିକୁନି ଛାତ୍ର ଛାତ୍ରୀ ମାନେ ପାଠ୍ୟପୁସ୍ତକ ନ ପାଇ ପାଠ ପଢାରୁ ବଂଚିତ ଅଛନ୍ତି ।ତେବେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାପ୍ରତି ଆଗ୍ରହ ବଢାଇବା ପାଇଁ ସୁବର୍ଣ୍ଣପୁର ର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମୋଥାନ’ ପକ୍ଷରୁ ବିଭିନ୍ନ ଗ୍ରାମରେ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ମଙ୍ଗଳବାର ଗ୍ରାମୋଥାନ ର ଅଶ୍ୱିନୀ ଶତପଥୀ ଓ ପ୍ରତାପ କୁମାର ଉଲୁଣ୍ଡା ବ୍ଲକର କାଇରାଝୁଲି ଗ୍ରାମକୁ ଯାଇ ୩ୟ ରୁ ୫ମ ଶ୍ରେଣୀର ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଓ ଶିଶୁ ଗପ ବହି ପ୍ରଦାନ କରାଯାଇଛି ।ସୋନପୁର ଓ ଉଲୁଣ୍ଡା ବ୍ଲକ ରେ ପ୍ରତି ସପ୍ତାହରେ ୫ ହଜାର ଶିଶୁଙ୍କୁ ପୁସ୍ତକ ବଣ୍ଟନ କରାଯିବାର ଲକ୍ଷ ରଖାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।
Next Post